ବ୍ୟୁରୋ : ବଢ଼ୁଛି ସୁନା ଦର । ଉଭୟ ୨୨ ଓ ୨୪ କ୍ୟାରେଟ୍ ବିଶିଷ୍ଟ ସୁନା ଦର ବଢ଼ୁଛି । ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ଏବେ ପାଖାପାଖି ୬୦ହଜାର ଟଙ୍କାରେ ପହଞ୍ଚିଯାଇଛି । ସେହିପରି ୨୨ କ୍ୟାରେଟ୍ ଦାମ ପାଖାପାଖି ୫୫ହଜାର ଟଙ୍କାରେ ପହଞ୍ଚିସାରିଛି । ଆଗକୁ ବିବାହ ଋତୁ ଥିବାରୁ ଗ୍ରାହକଙ୍କ ପାଇଁ ଏବେ ଏହି ଦର ଚିନ୍ତା ବଢ଼ାଇ ଦେଇଛି । ଏପ୍ରିଲ ମାସରେ ଡେଲିଭରି ଦିଆଯିବାକୁ ଥିବା ସୁନା ଦାମ ପ୍ରାୟ ୧୪ଶହ ଟଙ୍କା ବୃଦ୍ଧି ପାଇଛି । ତେଣୁ ଖୁବ୍ ଶୀଘ୍ର ଦର ୬୦ହଜାର ଅତିକ୍ରମ କରିବ ବୋଲି ସୂଚନା ମିଳିଛ । କେବଳ ସୁନା ନୁହେଁ, ରୁପା ଦାମ୍ ବି ବଢ଼ୁଛି । ରୁପା କେଜି ବର୍ତମାନ ପ୍ରାୟ ୨୧ଶହ ଟଙ୍କା ବୃଦ୍ଧି ପାଇ ୬୮ହଜାର ୬୫୦ ଟଙ୍କାରେ ପହଞ୍ଚିଯାଇଛି । ଆମେରିକା ଓ ୟୁରୋପରେ ଦେଖା ଦେଇଥିବା ବ୍ୟାଙ୍କ ସଂକଟ ଯୋଗୁଁ ନିବେଶକମାନଙ୍କୁ ଏହା ଅଧିକ ପ୍ରଭାବିତ କରୁଛି । ଯେଉଁକାରଣରୁ ସେମାନେ ସୁରକ୍ଷିକ ମାଧ୍ୟମ କୁହାଯାଉଥିବା ସୁନା ଆଡ଼କୁ ଢଳିଛନ୍ତି ।
Views: 64