ଭୁବନେଶ୍ୱର : ସାମ୍ବାଦିକାକୁ ମାଡ ମାମଲା । ବଢିଲା ଟୁଟୁ ନାୟକଙ୍କ ଅଡୁଆ । ଟୁଟୁଙ୍କ ବିରୋଧରେ ନିଜ ଆଡୁ ମାମଲା କଲେ ମହିଳା କମିଶନ । ମାମଲା ରୁଜୁ ନେଇ ସୂଚନା ଦେଲେ ମହିଳା କମିଶନ ଅଧ୍ୟକ୍ଷା । ପୋଲିସ କିମଶନରଙ୍କୁ ରିପୋର୍ଟ ତଲବ କଲେ କମିଶନ । ୧୫ ଦିନ ଭିତରେ ମାମଲାର ଦନ୍ତ କରି ରିପୋର୍ଟ ନିଦେ୍ର୍ଦଶ ।
ତେବେ ଏହିଘଟଣାରେ ଡିସିପିଙ୍କୁ ଭେଟିଛନ୍ତି ଓଡ଼ିଶା ୱିମେନ୍ ଇନ୍ ମିଡିଆ। ଡିସିପିଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିବା ସହ ମହିଳା ସାମ୍ବାଦିକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି। ଏହା ସହ ସୁରକ୍ଷିତ କାର୍ୟ୍ୟକ୍ଷେତ୍ର ସୃଷ୍ଟି ଦିଗରେ ସହାୟତା ପାଇଁ ନିବେଦନ କରିଛନ୍ତି। ଏ ଅବସରରେ ନିରପେକ୍ଷ ତଦନ୍ତ ଓ ନ୍ୟାୟ ପ୍ରଦାନ ନେଇ ଡିସିପି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।
ଦେବସ୍ମିତା ତାଙ୍କ ଅଭିଯୋଗରେ ଲେଖିଛନ୍ତି- ଦିନ ୧୨ଟା ୫୦ରେ ସେ ଅନ୍ୟ ସାମ୍ବାଦିକ ବନ୍ଧୁମାନଙ୍କ ସହ ଖବର ସଂଗ୍ରହ କରିବାକୁ ସ୍ୱାତୀ ହଲରେ ଅପେକ୍ଷା କରିଥିଲେ । ଓଡିଆ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ଓରଫ ସଂଜୟ ନାୟକ ଅଚାନକ୍ ଆସି ତାଙ୍କ ବାମ ଗାଲକୁ ଏକ ଶକ୍ତ ଚାପୁଡା ଦେଇଥିଲେ । ଏଥିସହ ଖରାପ ଭାଷାର ପ୍ରୟୋଗ କରିଥିଲେ । ମାଡ ମାରିବା ଫଳରେ ତାଙ୍କ ହାତରେ ଥିବା ବୁମ୍ ଓ ମୋବାଇଲ ଫୋନ ତଳେ ଖସିପଡିଥିଲା । ଏହାକୁ ଉଠାଇବାବେଳେ ସେ ପୁଣି ତାଙ୍କ ପିିଠିକୁ ମାଡ ମାରିଲେ । ତେବେ କହିଁକି ଟୁଟୁ କାହିଁକି ତାଙ୍କୁ ମାଡ ମାରିଲେ ସେ ଜାଣିନାହାନ୍ତି । ଟୁଟୁ ନାୟକଙ୍କ ଏଭଳି ବ୍ୟବହାର ତାଙ୍କର ମର୍ୟ୍ୟାଦା ହାନୀ କରିବା ସହ ଗଭୀର ଆଘାତ ଦେଇଥିବା ଲିଖିତ ଭାବେ ଜଣାଇଛନ୍ତି ଦେବସ୍ମିତା । ଏ ନେଇ ସାମ୍ୱାଦିକା ଖାରବେଳ ନଗର ଥାନାରେ ଏତଲା ଦେବା ସହ କାର୍ୟ୍ୟାନୁଷ୍ଠାନ ଦାବି କରିଥିଲେ।
ବଢିଲା ଟୁଟୁ ନାୟକଙ୍କ ଅଡୁଆ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











