The Ultimate Managed Hosting Platform
ADVERTISEMENT

ବଢିଲା କମର୍ସିଆଲ ସିଲିଣ୍ଡର ଦର

Facebook
Twitter
LinkedIn

ନୂଆଦିଲ୍ଲୀ : ବଢିଲା କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ଦର । ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୨୫ ଟଙ୍କା ବଢିଲା । ଚେନ୍ନାଇରେ ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ପିଛା ଦର ୧୯୬୦ ଟଙ୍କା ରହିଛି। ଏହାପରେ କୋଲକାତାରେ ଦ୍ଵିତୀୟ ସର୍ବାଧିକ ଦର ରହିଛି । କୋଲକାତାରେ ୧୯ କେଜି ଏଲପିଜି ସିଲିଣ୍ଡର ଦର ୧୯୧୧ ଟଙ୍କା ରହିଛି। ସେହିପରି ଦିଲ୍ଲୀରେ ଏହି ଦର ରହିଛି ୧୭୯୫ ଟଙ୍କା। ମୁମ୍ବାଇରେ ୧୯ କେଜି ଏଲପିଜି ଦର ୧୭୪୯ ଟଙ୍କା ରହିଛି। ତେବେ ସାଧାରଣ ଖାଉଟିଙ୍କ ଲାଗି ବ୍ୟବହୃତ ସବଡିଜିଯୁକ୍ତ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି। ଘରୋଇ ସିଲିଣ୍ଡର ଦରରେ କୌଣସି ବୃଦ୍ଧି ଘଟିନାହିଁ। ପ୍ରତିମାସର ପ୍ରଥମ ତାରିଖରେ ବିଭିନ୍ନ ଗ୍ୟାସ କମ୍ପାନୀ ଆନ୍ତର୍ଜାତିକ ବଜାର ଦର ଅନୁସାରେ ଏହି ଦର ସ୍ଥିର କରିଥାନ୍ତି। ଏହାସହ ବିଭିନ୍ନ ରାଜ୍ୟ ଗୁଡିକର କର ବୃଦ୍ଧି ହୋଇଥିବାରୁ ଏହି ଦର ବୃଦ୍ଧି କରିଥିବା କହିଛନ୍ତି ବିଭିନ୍ନ ତୈଳ କମ୍ପାନୀ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login