ଭୁବନେଶ୍ୱର : ଆଇଆଇଏସ ବିଷ୍ଣପଦ ସେଠୀଙ୍କୁ ସିବିଆଇ ସମନ କରିଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଗତ ୧୧ ତାରିଖରେ ତାଙ୍କୁ ସିବିଆଇ ନିକଟରେ ହାଜର ହେବା ଲାଗି ନିଦେ୍ର୍ଦଶ ରହିଥିଲା । ହେଲେ ତାଙ୍କୁ ସିବିଆଇ ଜେରା କରିଛି କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ସବୁଠାରୁ ବଡ କଥା ହେଲା ନିଜେ ବିଷ୍ଣୁପଦ ସାମ୍ନାକୁ ଆସି ଏହି ଅଭିଯୋଗକୁ ଖଣ୍ଡନ କରି ନାହାନ୍ତି କିମ୍ବା ନିଜ ତରଫରୁ କୈାଣସି ସଫେଇ ଏଯାଏଁ ଦେଇ ନାହାନ୍ତି । ରାଷ୍ଟ୍ରାୟତ୍ତ ଉଦ୍ୟେଗ ବ୍ରିଜ ଆଣ୍ଡ ରୁଫ କର୍ପୋରେସନର ଭୁବନେଶ୍ୱର ଜିଜିଏମ ଚଞ୍ଚଲ ମୁଖାର୍ଜୀଙ୍କୁ ୧୦ ଲକ୍ଷ ଲାଞ୍ଚ ଦିଆଯିବା ମାମଲାର ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । କାରରୁ ୧୦ ଲକ୍ଷ ଟଙ୍କା ମିଳିବାର ଦୁଇ ଦିନ ପୂର୍ବରୁ ବଡ ଡିଲ୍ ହୋଇଥିବା କୁହାଯାଉଛି । ୫ ତାରିଖ ଦିନ ଚଞ୍ଚଲ ମୁଖାର୍ଜୀ ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ଭେଟିବା ଲାଗି ଅନୁମତି ମାଗିଥିଲେ । ଏହି ଚିଠି ସାମ୍ନାକୁ ଆସିବା ପରେ ବରିଷ୍ଠ ଆଇପିଏଏସ ବିଷ୍ଣୁପଦ ସେଠୀଙ୍କ ଅଡୁଆ ଆହୁରି ବଢିଯାଇଛି ।
Views: 35