
ସୁନ୍ଦରଗଡ : ଭାଇ ସାଜିଲା ଭାଇର ହତ୍ୟାକାରୀ । ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନାର ଖୁଟୁଗାଁ ଗ୍ରାମରେ । ଘରୋଇ କଳହକୁ ନେଇ ସାନଭାଇକୁ ହତ୍ୟାକଲା ବଡଭାଇ ।
ସୂଚନା ଅନୁଯାୟୀ, ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନାର ଖୁଟୁଗାଁ ଗ୍ରାମରେ ଘରୋଇ କଳହକୁ ନେଇ ବଡ ଭାଇ ନାମ ବିଶୁ କୁମାରଙ୍କ ଟାଙ୍ଗିଆ ଚୋଟରେ ସାନ ଭାଇ ବାଡି କୁମାରଙ୍କର ମୃତ୍ୟୁ ହୋଇଛି । ଖୁଟୁଗାଁ ଗ୍ରାମର ବିଶୁ କୁମାର ଏବଂ ବାଡି କୁମାର ଦୁଇ ଭାଇ ଏକାଠି ରହୁଥିଲେ । ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇ ଭାଇଙ୍କ ମଧରେ ଝଗଡା ହୋଇଥିଲା । ଫଳରେ ବଡ ଭାଇ ଏକ ଟାଙ୍ଗିଆରେ ସାନ ଭାଇକୁ ଆକ୍ରମଣ କରିଥିଲେ । ହତ୍ୟା କରିବା ପରେ ବଡ ଭାଇ ସେଠାରୁ ଫେରାର ହେଉଥିବା ବେଳେ ଗ୍ରାମବାସୀ ତାକୁ ଅଟକ ରଖିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବଡ ଭାଇକୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
Views: 247











