ପଟ୍ଟାମୁଣ୍ଡାଇ : ଜମି ପାଇଁ ବଡ ଭାଇକୁ ହାଣି ମାରିଲା ସାନ ଭାଇ । ୧ନଂ ୱାର୍ଡ ଶଣ୍ଢପଲ୍ଲୀ ଗାଁରେ ବିଭତ୍ସ୍ୟ ହତ୍ୟାକାଣ୍ଡ । ବଡ ଭାଇକୁ ଗାଁ ରାସ୍ତାରେ କଟୁରୀରେ ହାଣିମାରିଲା ସାନ ଭାଇ । ହତ୍ୟା ପରେ ସାନ ଭାଇ ଫେରାର । ମୃତକ ହେଲେ ଅନୁପମ ବେହେରା ।ପାରିବାରିକ କଳହରୁ ସାନଭାଇ ସନାତନ କଟୁରୀରେ ବଡଭାଇ ଅନୁପମଙ୍କ ମୁହଁ ଓ କାନ୍ଧକୁ ବାରମ୍ବାର ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ବଡ଼ଭାଇ ଅନୁପମକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଛି ଅଭିଯୁକ୍ତ ସନାତନ । ଆଦର୍ଶ ଥାନା ପୋଲିସର ତଦନ୍ତ ।
Views: 94