ନୂଆଦିଲ୍ଲୀ : କାନାଡାରେ ଗତ କିଛି ବର୍ଷ ଧରି ଖଲିସ୍ତାନୀ ଆତଙ୍କବାଦୀଙ୍କ ଆତଙ୍କ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଲଗାତାର କିଛି ଦିନ ଧରି ଭାରତ ବିରୋଧରେ ବିଷ ଓଗାଳୁଛି ।ବର୍ତ୍ତମାନ ଖଲିସ୍ତାନୀ ଆତଙ୍କବାଦୀ ସମୂହ ଏସଏଫଜେ(ଶିଖ ଫର ଜଷ୍ଟିସ) ଆସନ୍ତାକାଲି ଅର୍ଥାତ ୧୮ ତାରିଖ ଦିନ ବ୍ୟାଙ୍କୁବରରେ ଥିବା ଭାରତୀୟ ଦୂତାବାସ ଘେରାଉ କରିବା ନେଇ ଘୋଷଣା କରିଛି । ଏସଏଫଜେ ନିଜର ସମସ୍ତ ପୋଷ୍ଟରରେ ଭାରତର ନବ ନିଯୁକ୍ତ ଉଚ୍ଚାୟୁକ୍ତ ଦିନେଶ ପଟ୍ଟନାୟକଙ୍କୁ ଗନ୍ ପଏଣ୍ଟରେ ଟାର୍ଗେଟ କରିଥିବା ଦେଖାଯାଇଛି । ଏସଏଫଜେ ଏକ ବୟାନ ଜାରି କରି କହିଛି କି , ସମସ୍ତ ଭାରତୀୟ-କାନାଡା ବାସୀ ୧୮ ତାରିଖ ଦିନ ଭାରତୀୟ ବାଣିଜି୍ୟକ ଦୂତାବାସ ଠାରେ ପହଁଚିବାକୁ । ନିଜର ପ୍ରୋପାଗଣ୍ଡା ଲେଟରରେ ଏହା ଲେଖାଯାଇଛି କି , ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡ୍ରୋ ସଂସଦକୁ କହିଛନ୍ତି କି ୨ ବର୍ଷ ପୂର୍ବରୁ ୧୮ ସେପ୍ଟେମ୍ବର ୨୦୨୩ରେ ହୋଇଥିବା ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟାରେ ଭାରତୀୟ ଏଜେଣ୍ଟଙ୍କର ହାତ ରହିଛି । ୨ ବର୍ଷ ପରେ ମଧ୍ୟ ଭାରତୀୟ ବାଣିଜ୍ୟ ଦୂତାବାସ ଖଲିସ୍ତାନୀ ଜନମତ ସଂଗ୍ରହର ପ୍ରଚାରକଙ୍କୁ ଟାର୍ଗେଟରେ ରଖିଥିବା ବେଳେ ଏହାର ନେଟବ୍ୱର୍କ ଉପରେ ମଧ୍ୟ ନଜର ରଖିଛି ।
ବଡ ଧମକ ଦେଲା ଖଲିସ୍ତାନୀ , ବ୍ୟାଙ୍କୁବରରେ ଥିବା ଭାରତୀୟ ଦୂତାବାସକୁ ଘେରାଉ କରିବାକୁ ଘୋଷଣା

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...