ଆଠଗଡ : ବାବା ଧବଳେଶ୍ଵରଙ୍କ ଗଜ ଭୋଗ ବିତରଣ । ବାବା ଧବଳେଶ୍ଵରଙ୍କ ନିକଟରେ ଲାଗି ହେଲା ତାଙ୍କର ପ୍ରିୟ ଭୋଗ ଗଜ ଭୋଗ ଓ ତରଣ । ଗତକାଲି ମଧ୍ୟରାତ୍ରୀରେ ପହଡ଼ ଖୋଲାଯାଇ ସମସ୍ତ ନୀତିକାନ୍ତି ସମାପନ ପରେ ତ୍ରୟୋଦଶୀ ଓ ଚତୁଦର୍ଶର ସନ୍ଧିକ୍ଷଣରେ ବାବାଙ୍କ ନିକଟରେ ଗଜଭୋଗ ଲାଗି ହୋଇଛି । ସଂସାରର ମଙ୍ଗଳ କାମନା କରି ହରିବୋଲ ଦେବା ପରେ ଗଜଭୋଗ ବିତରଣ କରାଯାଇଥିଲା । ପୀଠରେ ଉଜାଗର ରହିଥିବା ହଜାର ହଜାର ଶ୍ରଦ୍ଧାଳୁ ବଡ଼ଓଷା ପାଳନ କରିବା ସହିତ ଗଜଭୋଗ ଓ ତରଣ ପାଇ ବଡ଼ଓଷା ବ୍ରତ ସମାପନ କରିଥିଲେ ।
Views: 49











