ଚାନ୍ଦବାଲି : ବଜ୍ରାଘାତ ଘଟି ଦୁଇ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମୃତ ଦୁଇ ଜଣ ଚାଷୀ ଭଦ୍ରକ ଜିଲ୍ଲା ପୀରହାଟ ଥାନା ହରସିଂପୁର ଚଣ୍ଡିସାହିର ବୋଲି ଜଣାଯାଇଛି । ପାଞ୍ଚ ଜଣ ଚାଷୀ ବିଲରେ କାମ କରୁଥୁବା ସମୟରେ ହଠାତ ବଜ୍ରାଘାତ ଘଟିଥିଲା । ପାଞ୍ଚ ଜଣଙ୍କ ଭିତରୁ ତିନି ଜଣ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ ସଙ୍ଗେ ସଙ୍ଗେ ତିହିଡି ମେଡିକାଲକୁ ନେଇଯାଇଥିଲା । ହେଲେ ମେଡିକାଲରେ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ଦୁଇ ଜଣ ହେଲେ ହରସିଂପୁର ଚଣ୍ଡିସାହିର ନାଲୁ ମହାରଣା ଓ ରୁଗୁଣା ମହାରଣା ।
Views: 10