The Ultimate Managed Hosting Platform
ADVERTISEMENT

ଫ୍ରିଜ ପାଣି ପିଉଥିଲେ ସାବଧାନ….

Facebook
Twitter
LinkedIn

ବ୍ୟୁରୋ : ଯଦି ଆପଣ ଫ୍ରିଜରୁ ପାଣି କାଢି ପିଉଛନ୍ତି ତାହେଲେ ଜାଣି ନିଅନ୍ତୁ ଏହା ଆପଣଙ୍କ ଶରିରକୁ କେଉଁ ପ୍ରକାରର କ୍ଷତି ପହଞ୍ଚାଇ ପାରେ । ପ୍ରଥମତଃ ସଂକ୍ରମଣ କାରଣରୁ ଡାକ୍ତରମାନେ ଏବେ ଥଣ୍ଡା ପାଣି ପିଇବାକୁ ସମ୍ପୂର୍ଣ୍ଣ ଭାବେ ମନା କରିଛନ୍ତି । ଏହାସହିତ ଥଣ୍ଡା ପାଣି ଶରୀରକୁ ଅନ୍ୟାନ୍ୟ କ୍ଷତି ମଧ୍ୟ ପହଞ୍ଚାଇଥାଏ ତାହେଲେ ଆସନ୍ତୁ ଜାଣିବା ସେ ବିଷୟରେ ।
ଫ୍ରିଜ୍ ପାଣି ଶରିର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ କାରଣ ଫ୍ରିଜରେ ପାଣି ସାଧାରଣ ତାପମାତ୍ରାରୁ କୃତ୍ରିମ ଉପାୟରେ ଥଣ୍ଡା ହୋଇଥାଏ । ଏହି ଥଣ୍ଡା ହୋଇଥିବା ପାଣିକୁ ଶରୀର ସହଜରେ ଗ୍ରହଣ କରି ପାରେନାହିଁ, । ଯାହାକି ଶରୀରକୁ ଗଲାପରେ କ୍ଷତି ପହଞ୍ଚାଇଥାଏ ।
ଥଣ୍ଡା ପାଣି ପିଇବା ଦ୍ଵାରା ଶରୀରରେ କୋଷ୍ଠକାଠିନ୍ୟ ଦେଖାଦେଇଥାଏ । ଯାହାଦ୍ୱାରା ଆପଣଙ୍କ ଶରୀରର ପୁରା ସିଷ୍ଟମ ବିଗିଡି ଯାଇଥାଏ । ଆୟୁର୍ବେଦରେ କୋଷ୍ଠକାଠିନ୍ୟକୁ ସମସ୍ତ ରୋଗର ମୂଳ ବୋଲି କୁହାଯାଇଛି ।
ଥଣ୍ଡାପାଣି ପିଇବା ଦ୍ଵାରା ଆପଣଙ୍କ ଶରୀରର କୋଷିକା ଗୁଡିକ ଠିକ୍ ଭାବେ କାମ କରେନାହିଁ । ଯାହାର ପ୍ରଭାବ ମେଟାବୋଲିଜିମ୍ ଉପରେ ପଡିଥାଏ ଏବଂ ଏହା ଆପଣଙ୍କ ହାର୍ଟବିଟ଼୍ ମଧ୍ୟ କମ୍ କରିଦେଇପାରେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login