ନୂଆଦିଲ୍ଲୀ : ଦିନକ ପରେ ସାଧାରଣ ବଜେଟ୍ । ରାଷ୍ଟ୍ରପତିଙ୍କ ସମ୍ବୋଧନରୁ ଆରମ୍ଭ ହେବ ବଜେଟ ଅଧିବେଶନ । କାଲି ଉଭୟ ଗୃହକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫେବ୍ରୁଆରୀ ୧ରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡକାଯାଇଛି । ଗୃହରେ ସକାରାତ୍ମକ ଆଲୋଚନା ପାଇଁ ଅପିଲ କରିବେ ସରକାର । ଦୁଇଟି ପର୍ୟ୍ୟାୟରେ ଚାଲିବ ବଜେଟ ଅଧିବେଶନ । ପ୍ରଥମ ପର୍ୟ୍ୟାୟ ଅଧିବେଶନ ଫେବ୍ରୁଆରୀ ୧୩ରେ ସରିବ । ମାର୍ଚ୍ଚ ୧୦ ରୁ ଏପ୍ରିଲ ୪ ପର୍ୟ୍ୟନ୍ତ ଚାଲିବ ଦ୍ବିତୀୟ ପର୍ୟ୍ୟାୟ ଅଧିବେଶନ। ଏହି ପର୍ୟ୍ୟାୟରେ କିଛି ଗୁରୁତ୍ବପୂର୍ଣ୍ଣ ବିଲ୍ ପାସ୍ ଏବଂ ବଜେଟ ଆବଣ୍ଟନ ଉପରେ ଫୋକସ୍ ରହିବ।ମଧ୍ୟବିତ୍ତଙ୍କ ନଜର ଆୟକର ଟକିସ ଉପରେ । ଦରଦାମ ବୃଦ୍ଧି ସମୟରେ ଆଶ୍ବସ୍ତି ଚାହୁଁଛନ୍ତି ମଧ୍ୟବିତ୍ତ । ନୂଆ ଓ ପୁରୁଣା ଟିକସ ବ୍ୟବସ୍ଥାରେ କଣ ପରିବର୍ତ୍ତନ ହେବ । ନୂଆ ଟିକସ ବ୍ୟବସ୍ଥାରେ ୩ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆୟ ଉପରେ କୌଣସି ଟିକସ ନାହିଁ । ୩ ରୁ ୭ ଲକ୍ଷ ମଧ୍ୟରେ ୫ ପ୍ରତିଶତ, ୭ ରୁ ୧୦ ଲକ୍ଷ ଆୟ ଉପରେ ୧୦ ପ୍ରତିଶତ, ୧୦ ରୁ ୧୨ ଲକ୍ଷ ଉପରେ ୧୫ ପ୍ରତିଶତ, ୧୨ ରୁ ୧୫ ଲକ୍ଷ ଆୟ ଉପରେ ୨୦ ପ୍ରତିଶତ ଏବଂ ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଟିକସ ରହିଛି । ନୂଆ ଟିକସ ବ୍ୟବସ୍ଥାକୁ ଅଧିକ ଆକର୍ଷଣୀୟ କରିବାକୁ ଗତ ବଜେଟରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦ ହଜାର ଟଙ୍କାରୁ ୭୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏଥର ନୂଆ ଟିକସ ବ୍ୟବସ୍ଥାରେ କଣ ପରିବର୍ତ୍ତନ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି ।
ଫେବ୍ରୁଆରୀରୁ ପାର୍ଲ୍ୟାମେଣ୍ଟ ବଜେଟ ଅଧିବେଶନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











