ଭୁବନେଶ୍ୱର : ଗୋଟିଏ ସପ୍ତାହ ଭିତରେ ଦୁଇ ଦୁଇ ଥର ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫେବୃୟାରୀ ୩ ତାରିଖ ପରେ ପୁଣି ଫେବୃୟାରୀ ୧୦ ତାରିଖରେ ଓଡ଼ିଶା ଆସିପାରନ୍ତି ମୋଦୀ । ଭୁବନେଶ୍ୱରରେ ୧୪ ରାଜ୍ୟର ୨୫ ହଜାରରୁ ଅଧିକ ମହିଳାଙ୍କୁ ଏକ ବିଶାଳ ମହିଳା ସମାବେଶ ଆୟୋଜନ କରୁଛି ଭାରତୀୟ ଜନତା ପାର୍ଟି । ଏହି ସମାବେଶରେ ସାମିଲ୍ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଦେଶରେ ଦୁଇଟି ବିଶାଳ ମହିଳା ସମାବେଶ ଆୟୋଜନ କରିବାକୁ ଯାଉଛି । ଗୋଟିଏ ଓଡ଼ିଶାର ଭୁବନେଶ୍ୱରରେ ମହିଳା ସମାବେଶ ହେବାକୁ ଥିବା ବେଳେ ଅନ୍ୟ ସମାବେଶଟି ମଧ୍ୟପ୍ରଦେଶରେ ଆୟୋଜିତ ହେବ ।
Views: 57