ରାଉରକେଲା : ଫୁଲୁଛି ବ୍ରାହ୍ଣଣୀ । ଝାଡ଼ଖଣ୍ଡରେ ଲଗାଣବର୍ଷା ସୁନ୍ଦରଗଡ଼ବାସୀଙ୍କ ଚିନ୍ତା ବଢ଼ାଇଛି। ଗତ ସପ୍ତାହେ ଧରି ବ୍ରାହ୍ମଣୀରେ ଜଳସ୍ତର କମୁନି। ଜଳସ୍ତର ବଢୁଥିବାରୁ ଶୁକ୍ରବାର ମନ୍ଦିରା ଡ୍ୟାମ୍ର ୧୧ଟି ଗେଟ୍ରୁ ୮ଟି ଗେଟ୍ ଖୋଲାଯାଇଛି। ଡ୍ୟାମ୍ର ଜଳସ୍ତର ରହିଛି ୬୭୮.୯୦ ଫୁଟ୍। ବ୍ରାହ୍ମଣୀର ଜଳସ୍ତର ୧୭୩.୭୦୦ ମିଟର ରହିଛି। ବ୍ରାହ୍ମଣୀର ବିପଦସଂକେତ ୧୭୮.୪୨୦ ମିଟର ଓ ସତର୍କ ଜଳସ୍ତର ରହିଛି ୧୭୭.୫୧୦ ମିଟର। ସପ୍ତାହକ ପୂର୍ବରୁ ନଦୀଜଳ ୧୭୪.୨୪୦ ମିଟର ଉଚ୍ଚରେ ପ୍ରବାହିତ ହେଉଥିଲା। ବ୍ରାହ୍ମଣୀର ଜଳସ୍ତର ବଢ଼ୁଥିବାରୁ ସହର ତଳିବାସିନ୍ଦାଙ୍କ ଚିନ୍ତା ବଢ଼ିଛି। ସପ୍ତାହକ ପୂର୍ବରୁ ପାନପୋଷ ବାଲୁଘାଟ ଅଞ୍ଚଳରେ ୪ରୁ ଅଧିକ ବସ୍ତିରେ ବନ୍ୟାଜଳ ପଶିଥିଲା। କ୍ଷତିଗ୍ରସ୍ତ ପରିବାରଙ୍କୁ ନିକଟସ୍ଥ ଦୁଇଟି ବିଦ୍ୟାଳୟରେ ରଖାଇଥିଲା। ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ପକ୍ଷରୁ ସେମାନଙ୍କୁ ଖାଇବାକୁ ଦିଆଯାଇଥିଲା।
Views: 12