ନୂଆଦିଲ୍ଲୀ : ଫିଲିଫାଇନ୍ସରେ ଶକ୍ତିଶାଳୀ ଭୂକମ୍ପ ଝଟକା । ୨୭ ଜଣଙ୍କ ଚାଲିଗଲା ଜୀବନ ଓ ୧୫୦ ଜଣ ଆହତ ହୋଇଛନ୍ତି । ଉପକୂଳ ସହର ବୋଗୋରେ ୬.୯ ତୀବ୍ରତାର ଭୂକମ୍ପ ଝଟକା । ଭୁଶୁଡିଲା ଅନେକ ବଡ ବଡ କୋଠା । ଉଦ୍ଧାର କାର୍ଯ୍ୟ ଜାରି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ଥିଲା ୬.୯ । ରାତ୍ରି ୯ଟା ୫୯ ସମୟରେ ହୋଇଥିଲା ଭୂକମ୍ପ ଝଟକା । ଭୂକମ୍ପର କେନ୍ଦ୍ରସ୍ଥଳ ସେବୁ ଅଞ୍ଚଳରେ ହୋଇଥିବା ବେଳେ, ପୁରା ଅଞ୍ଚଳର ଛିନଛତ୍ର ହୋଇପଡିଛି । ବୋଗୋ ଅଞ୍ଚଳରେ ବହୁ ବଡ ବଡ କୋଠା ଓ ରାସ୍ତାଘାଟ ଭୂକମ୍ପରେ କ୍ଷତିଗ୍ରସ୍ତ ହୋଇଛି । କୋଠା ତଳେ ଅନେକ ଲୋକ ଚାପି ହୋଇ ରହିଯାଇଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି । ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଉଦ୍ଧାରକାର୍ୟ୍ୟ ଆରମ୍ଭ କରିଛି ଉଦ୍ଧାରକାରୀ ଦଳ । ଭଙ୍ଗା ଘରଦ୍ବାର ତଳେ ଫସିଥିବା ଲୋକଙ୍କୁ ଖୋଜାଖୋଜି କରି ଉଦ୍ଧାର କରୁଛି ଉଦ୍ଧାରକାରୀ ଦଳ । ୨୦୨୩ରେ ମିଜିଓ ସହରର ଏକ ବାସ୍କେଟବଲ କଂପ୍ଲେସ ଭୁଷୁଡି ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଫିଲିଫାଇନ୍ସ ପାସିଫିକ ବେସିନରେ ଆସୁଥିବା ବେଳେ ଅଧିକାଂଶ ସମୟରେ ଭୂକମ୍ପ ହୋଇଥାଏ । ତେବେ ଏଥର ଭୂକମ୍ପର ତୀବ୍ରତା ଅଧିକ ଥିବାରୁ କ୍ଷୟକ୍ଷତି ଓ ଧନଜୀବନ ହାନୀ ସଂଖ୍ୟା ବଢିବାର ଆଶଙ୍କା ରହିଛି ।
ଫିଲିପାଇନ୍ସରେ ଶକ୍ତିଶାଳୀ ଭୂକମ୍ପ ; ୨୭ ଜଣଙ୍କ ଚାଲିଗଲା ଜୀବନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











