The Ultimate Managed Hosting Platform
ADVERTISEMENT

ଫସଲ ହାନି ଯୋଗୁଁ ଜୀବନ ହାରିଲେ ଚାଷୀ !

Facebook
Twitter
LinkedIn

ଆଳି: ଅଦିନିଆ ଫସଲହାନି ଯୋଗୁଁ ଆଳି ଥାନା କୋଳିଡିହ ଗ୍ରାମର ଜନୈକ ଚାଷୀ ବିଷପିଇ ଜୀବନ ହରାଇଥିବା ନେଇ ଆଳି ଥାନାରେ ଅଭିଯୋଗ ହୋଇଛି। ଜୀବନ ହାରିଥିବା ଚାଷୀ ଜଣକ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ କୋଳିଡିହ ଗାଁର କୈଳାସ ଚନ୍ଦ୍ର ଧଳ(୫୭) ବୋଲି ଜଣାପଡ଼ିଛି।ତ କୈଳାସ କରଜ କରି ୯ ଏକର ଜମିରେ ଧାନଚାଷ କରିଥିଲେ।ଚାଷ କରିବା ପାଇଁ କୈଳାସ ବିଭିନ୍ନ ଲୋକଙ୍କ ଠାରୁ ଅନ୍ୟୁନ ୩ ଲକ୍ଷ ଟଙ୍କା ଧାରକରଜ କରିଥିଲେ।ଅଦିନିଆ ଲଗାଣ ବର୍ଷାରେ କୈଳାସଙ୍କ ପାଚିଲା ଧାନ ଫସଲ ସମୂଳେ ନଷ୍ଟ ହୋଇ ଗଜାହେବା ପରେ କୈଳାସ ମୁଣ୍ଡରେ ହାତ ଦେଇଥିଲେ। ଚାଷ କ୍ଷତି ଓ କରଜ ଶୁଝିବା ଚିନ୍ତାରେ କୈଳାସ ଏକପ୍ରକାର ମାନସିକ ଭାରସାମ୍ୟ ହରାଇଥିଲେ। ଗତ ୩ ଦିନ ହେଲା କୈଳାସ ଉଜୁଡା କ୍ଷେତ ନିକଟକୁ ସକାଳୁ ଯାଇ ସନ୍ଧ୍ୟାରେ ଫେରୁଥିଲେ। ଗତକାଲି ରାତିରେ ସେ ବିଷପିଇ ମୃତ୍ୟୁବରଣ କରିଥିବା କୈଳାସଙ୍କ ପୁତୁରା କୁମାରସେନ ଧଳ ଆଳି ଥାନାରେ ଅଭିଯୋଗ କରିଛନ୍ତି।ଆଳି ପୁଲିସ ଶବବ୍ୟବଚ୍ଛେଦ କରାଇ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login