ଭୁବନେଶ୍ୱର : ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ମାରାଥନ ଜେରା । ଭୁବନେଶ୍ୱର ଇଡି ଅଫିସରେ ପ୍ରୟାସକାନ୍ତିଙ୍କୁ ୧୮ ଘଣ୍ଟାର ଜେରା । ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ଜେରା । ଭୋର ସାଢେ ୪ଟାରେ ଇଡି ଅଫିସରୁ ବାହାରିଲେ ପ୍ରୟାସକାନ୍ତି । ଗତକାଲି ଦିନ ୧୦ଟାରେ ଇଡିରେ ହାଜର ହୋଇଥିଲେ ପ୍ରୟାସକାନ୍ତି । ଇଡି ଅଧିକାରୀମାନେ ପ୍ରୟାସକାନ୍ତିଙ୍କୁ ବିଭିନ୍ନ ଦିଗ ନେଇ ପଚରାଉଚରା କରିଥିଲେ । ଜବତ ହୋଇଥିବା ମୋବାଇଲରୁ ତଥ୍ୟ ବାହାର କରିଛି ଇଡି । ଡିଲିଟ୍ ହୋଇଥିବା ତଥ୍ୟକୁ ପୁନଃ ଉଦ୍ଧାର କରିଛି ସାଇବର ଏକ୍ସପର୍ଟ ଟିମ୍ । ଏହା ପୂର୍ବରୁ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ମଧ୍ୟ ଜେରା କରିଥିଲା ଇଡି । ପ୍ରଥମେ ବିଧାୟକଙ୍କ ଘରେ ଚଢାଉ ହେବା ପରେ ପଳାସପଲ୍ଲୀ ଘରୁ ଗାଡ଼ି ଜବତ ହୋଇଥିଲା ।
Views: 149











