ପ୍ରୟାଗରାଜ : ପ୍ରୟାଗରାଜ ସଙ୍ଗମରେ ସାଂଘାତିକ ଭିଡ଼ । ଆଜି ପବିତ୍ର ମାଘ ପୂର୍ଣ୍ଣିମାରେ ସଙ୍ଗମରେ ବୁଡ ପକାଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ବହୁ ସଂଖ୍ୟାର ଭକ୍ତ ସ୍ନାନ କରୁଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୂର୍ୟ୍ୟୋଦୟର ବହୁ ପୂର୍ବରୁ ଘାଟରେ ଜନସମାଗମ ହୋଇଛି । ସକାଳ ୩ଟାରୁ ସ୍ନାନ ଚାଲିଛି । ବର୍ତ୍ତମାନ ସୁଦ୍ଧା ୧ କୋଟି ୩୦ ଲକ୍ଷ ବୁଡ଼ ପକାଇସାରିଲେଣି ।
ଆଜି ମାଘ ପୂର୍ଣ୍ଣିମା ପାଇଁ ନୂତନ ଟ୍ରାଫିକ ନିୟମ ଜାରି କରିଛି ପ୍ରଶାସନ । ମେଳା କ୍ଷେତ୍ର ସମେତ ସମଗ୍ର ସହରକୁ ନୋ ଭେହିକିଲ୍ ଜୋନ୍ କରାଯାଇଛି । ଏପରିକି ଭିଆଇପି ଗାଡି ମଧ୍ୟ ପ୍ରବେଶ ହେଉନି । ମହାକୁମ୍ଭର ଶେଷ ପର୍ୟ୍ୟାୟରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଛି । ଆଜି ମାଘ ପୂର୍ଣ୍ଣିମା ଥିବାରୁ ପ୍ରୟାଗରାଜରେ ପହଂଚିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ ।
Views: 46