ଗୋପାଳପୁର : ପ୍ରେସିଡେନ୍ସି ପବ୍ଲିକ ସ୍କୁଲରେ ୧୭ ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ସର୍ବମୋଟ ୬୩ ଗୋଟି ବିଭିନ୍ନ ପ୍ରକଳ୍ପ କରାଯାଇଥିଲା। ଏହାକୁ ନେଇ ଛାତ୍ରଛାତ୍ରୀ ମାନେ ବହୁ ସୁଦ୍ଧ ଭାବେ ନିଜେ ନିଜର ପ୍ରକଳ୍ପ ଗୁଡ଼ିକର ଉପସ୍ଥାପନା କରିଥିଲେ। ଏହି ପରି କାର୍ୟ୍ୟକ୍ରମ ପ୍ରତି ବର୍ଷ କରାଯାଉଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବେସ୍ ଖୁସି ଦେଖିବାକୁ ମିଳିଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ପାଣିପାଗ ବିଶେଷଜ୍ଞ ଏସକେ ମୂର୍ତ୍ତି ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ, ଗୋପାଳକୃଷ୍ଣ ପଣ୍ଡା, ପ୍ରଣତୀ ପାଡ଼ି ପ୍ରମୁଖ ଉପସ୍ଥିତ ଥିବାବେଳେ ସଞ୍ଜୁକ୍ତା କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ।
Views: 84