ଭୁବନେଶ୍ୱର : ପ୍ରେମିକକୁ ଅପହରଣ କରି ପ୍ରେମିକା ଗିରଫ । ପ୍ରେମିକା ସହ ୪ ଜଣ ଅପହରଣକାରୀଙ୍କୁ ଧରିଲା କମିଶନରେଟ ପୁଲିସ । ପ୍ରେମିକାର ଘର ଝାରଖଣ୍ଡ । ଉଭୟ ଲିଭଇନରେ ରହୁଥିଲେ । ମାର୍ଚ୍ଚ ୩୧ ତାରିଖରେ ଖାରବେଳ ନଗର ଥାନାରେ ଝାରପଡ଼ାର ସୋମନାଥ ସ୍ୱାଇଁକୁ ଅପହରଣ କରି ୧୦ ଲକ୍ଷ ଟଙ୍କା ମାଗିଥିବା ଅଭିଯୋଗ କରିଥିଲେ ଭଉଣୀ । ଅଭିଯୁକ୍ତଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ ୩ ଟିମ୍ ଗଠନ କରିଥିଲା । ସ୍ପେଶିଆଲ ସ୍କ୍ୱାଡ, ଖାରବେଳ ନଗର ଓ ଜଟଣୀ ପୋଲିସ ଟିମ ଗଠନ କରଯାଇଥିଲା। କଲ୍ ଆସିଥିବା ନମ୍ୱରକୁ ଟ୍ରାକ କରିବା ପରେ ସୋମନାଥ ଖଣ୍ଡଗିରି ଅଞ୍ଚଳରେ ଥିବା ଜାଣିବାକୁ ପାଇଥିଲା ପୋଲିସ । ସୋମନାଥକୁ ଉଦ୍ଧାର ପରେ ପ୍ରେମିକା ପ୍ରାପ୍ତି ଶର୍ମା ସମ୍ପର୍କୀୟଙ୍କ ସହ ମିଶି ଅପହରଣ କରିଥିବା ପୋଲିସ ଜାଣିବାକୁ ପାଇଥିଲା । ଉଭୟ ସୋମନାଥ ଓ ପ୍ରାପ୍ତି ଖାରବେଳ ନଗରରେ ଏକ ଘର ଭଡ଼ା ନେଇ ଲିଭ୍ ଇନରେ ରହିଥିଲେ । ସୋମନାଥ ପ୍ରାପ୍ତିଙ୍କ ଚରିତ୍ର କୁ ସନ୍ଦେହ କରି ଝଗଡ଼ା କରିଥିଲେ । ପ୍ରାପ୍ତି ରାଗିଯାଇ ଖାରବେଳ ନଗରରେ ରହୁଥିବା ଭଡ଼ା ଘର ପାଖରୁ ଅପହରଣ କରିଥିଲେ । ଗିରଫ ଅଭିଯୁକ୍ତଙ୍କ ଠାରୁ ୨ ଟି କାର ଓ ୪ଟି ମୋବାଇଲ ଜବତ କରିଛି ପୋଲିସ ।
ପ୍ରେମିକକୁ ଅପହରଣ କରି ପ୍ରେମିକା ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











