ନୂଆଦିଲ୍ଲୀ : ଚର୍ଚ୍ଚରେ ପ୍ରାର୍ଥନା କରୁଥିବା ବେଳେ ଖସିପଡିଲା ଛାତ । ଘଟଣାରେ ୭ ଜଣଙ୍କ ଚାଲିଗଲା ଜୀବନ । ୩୦ ଜଣ ଚର୍ଚ୍ଚରେ ଫସିଥିବା ଆଶଙ୍କା କରାଯାଉଛି । ଉତ୍ତର ମେକ୍ସିକୋର ତମୁଲିପାସ ଷ୍ଟେଟ କହିଛି କି, ଚର୍ଚ୍ଚରେ ପ୍ରାର୍ଥନା ସମୟରେ ପାଖାପାଖି ୧୦୦ ଲୋକ ଥିଲେ । ଏହି ଘଟଣାରେ ମେକ୍ସିକାନ କାଉନସିଲ ଅଫ ବିଶପ୍ସ ବୟାନ ଜାରି କରି କହିଛନ୍ତି, ଦୁର୍ଘଟଣାରେ ପୀଡିତ ସମସ୍ତଙ୍କ ପାଇଁ ପ୍ରାର୍ଥନା କରିଛନ୍ତି । ଚର୍ଚ୍ଚ ଛାତ ଖସିପଡିବା ବେଳେ ପାଖରେ ଥିବା ଦୋକାନରେ ଅନେକ ଲୋକ ଖାଉଥିଲେ । ଆଉ ଦୁର୍ଘଟଣା ପରେ ଏମାନେ ଫଶିଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ । ପରେ ଘଟଣା ସ୍ଥଳରେ ରେସକ୍ୟୁ ଟିମ୍ ପହଞ୍ଚି ଲୋକମାନଙ୍କୁ ଧନ୍ୟବାଦ ଜଣାଇଥିଲା ।
Views: 144