The Ultimate Managed Hosting Platform
ADVERTISEMENT

ପ୍ରସନ୍ନଙ୍କୁ କଡା ଜବାବ ଦେଲେ ଦେବୀ ମିଶ୍ର

Facebook
Twitter
LinkedIn

ଭୁବନେଶ୍ୱର : ପ୍ରସନ୍ନ ପାଟ୍ଟଶାଣୀଙ୍କ ଆକ୍ଷେପର ଜବାବ ରଖିଲେ ଦେବୀ ମିଶ୍ର । ରାଜନୀତିରେ ଆକ୍ଷେପ ପ୍ରତି ଆକ୍ଷେପ ରହିଥାଏ । ବାବା ବିଜେଡିରେ ଥିବା ବେଳେ ଦଣ୍ଡଧରି ଦଳର ଦଉଡିକୁ ସମ୍ଭାଳିଥିଲେ । ଯୁଆଡେ ଗଲେ ବି ବାବାଙ୍କ ଦଣ୍ଡର ପ୍ରଭାବ ରହିବ । ବିଜେଡିରେ ଅସନ୍ତୋଷ କେଉଁଠି ବି ନାହିଁ ।
ଆଜି ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ ନବୀନଙ୍କୁ ନେଇ ବିସ୍ଫୋରକ ବୟାନ ଦେଇଥିଲେ । ନବୀନ ପଟ୍ଟନାୟକ ଭୀଷଣ ମିଛ କହୁଛନ୍ତି କହିଲେ ପାଟ୍ଟଶାଣୀ । ପାଣ୍ଡିଆନଙ୍କ କଥାରେ ଭୀଷଣ ମିଛ କହୁଛନ୍ତି ନବୀନ । ଦଳରେ କଣ ଅଛି ଯେ ଦଳ ଗଢିବେ । ମୁଁ ପ୍ରଥମେ ପାଣ୍ଡିଆନଙ୍କୁ ବିରୋଧ କରିଥିଲେ । ବିଜେଡି ଦଳରେ ଏବେବି ଭୀଷଣ ଷଡଯନ୍ତ୍ର ଚାଲିଛି । ମୋ ବିରୋଧରେ ବି ପାଣ୍ଡିଆନ ଷଡଯନ୍ତ୍ର କରିଥିଲେ । ନେତାଙ୍କୁ ତାଗିଦ କରିବାର ଅଧିକାର କାହାର ନାହିଁ । ପାଣ୍ଡିଆନଙ୍କ ଯୋଗୁଁ ଦଳ ହାରିଛି . ବାରମ୍ବାର କହିବାକୁ ଚାହୁଁନି । ପ୍ରଭାତ ତ୍ରୀପାଠୀଙ୍କ ପ୍ରସଙ୍ଗରେ ନବୀନ ପଟ୍ଟନାୟକ କହିବା ଦୁର୍ଭାଗ୍ୟ ଜନକ । ମୁଁ ଚିଲିକାରୁ ଟିକେଟ ଚାହୁଁଥିଲି , ଶେଷ ସମୟରେ ଦେଲେନି । ବିଜେଡିରେ ନେତା ଅଣନିଶ୍ୱାସୀ ହେଇଗଲେଣି ।
ନବୀନ-ପାଣ୍ଡିଆନଙ୍କୁ ନେଇ ପାଟ୍ଟଶାଣୀ କହିଛନ୍ତି ମୁଁ ଯାହା ଦେଖିଛି ତାହା କଣ କହିହେବ । ମହୁ ଫେଣାରେ ମହୁ ଅଛି ବୋଲି କହି ତେରଛା ବାଣ ମାରିଛନ୍ତି ପ୍ରସନ୍ନ । ଏହାସହ କହିଛନ୍ତି, ଚେତାବନୀ କାମ ଦେବ ନାହିଁ । ଅଳ୍ପଦିନ ପରେ ସବୁ ଦେଖିବ । ମୁଁ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇଛି । ନଚେତ୍ ପଲିଟିକାଲ ଡେଥ୍ ହୋଇଯାଇଥାଆନ୍ତା ବୋଲି କହିଛନ୍ତି ପ୍ରସନ୍ନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login