ବୋଲଗଡ: କାଉଁରିପାଟଣା ବୁଥରେ ଇଭିଏମ ଫିଙ୍ଗାଯିବା ମାମଲା । ବିଧାୟକ ପ୍ରଶାନ୍ତ ଜଗଦେ୍ଦବଙ୍କୁ ଗିରଫ କଲା ପୋଲିସ । ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେ୍ଦବ । ଗିରଫ ପରେ ପ୍ରଶାନ୍ତଙ୍କୁ ଖୋର୍ଦ୍ଧା ଜେଲକୁ ପଠାଯାଇଥିବା ସୂଚନା । ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ତାଙ୍କୁ ଗିରଫ କରିଛି ପୋଲିସ। ଗତକାଲି ଗୁଣ୍ଡାଗିରିର ସବୁ ସୀମା ଟପିଥିଲେ ପ୍ରଶାନ୍ତ ଜଗଦ୍ଦେବ। ଭୋଟିଂ ସମୟରେ ଇଭିଏମ୍ ଭାଙ୍ଗି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡିରେ ଫେରାର ହେଉଥିବା ବେଳେ ପ୍ରଶାନ୍ତଙ୍କୁ ଗୋଡାଇ ଗୋଡ଼ାଇ ଧରିଥିଲା ପୋଲିସ। ହଠାତ ବୁଥ୍ ଭିତରେ ପଶି ଭୋଟରଙ୍କୁ ଖରାପ ବ୍ୟବହାର କରିବା ସହ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରଙ୍କୁ ଆକ୍ରମଣ କରିଥିଲେ।
Views: 76











