ଭୁବନେଶ୍ୱର : ପ୍ରଯୋଜକ ଟୁଟୁ ନାୟକ ଗିରଫ । ଟୁଟୁ ନାୟକଙ୍କୁ ଗିରଫ କଲା ପୋଲିସ । ସୂଚନା ଦେଲେ ଜୋନ୍-୧ ଏସିପି ମାନସ ଗଡନାୟକ । ସାମ୍ବାଦିକାଙ୍କୁ ମାଡ ମାରିବା ମାମଲାରେ ଗିରଫ କଲା । ପଚରାଉଚରା ପରେ ଗିରଫ କଲା ଖାରବେଳନଗର ପୋଲିସ । ଟୁଟୁ ନାୟକଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା । ୩୫୪, ୨୯୪, ୩୪୧, ୩୨୩ ଦଫାରେ ଗିରଫ କରାଯାଇଛି ।
ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି । ପୋଲିସ ତାଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରୁଛି। ଗତକାଲି ସର୍ବସମ୍ମୁଖରେ ଟୁଟୁ ନାୟକ ତାଙ୍କୁ ଦୁର୍ବ୍ୟବହାର ଓ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ମହିଳା ସାମ୍ବାଦିକା ଦେବସ୍ମିତା ରାଉତ। ଏନେଇ ଭୁବନେଶ୍ବର ଖାରବେଳ ନଗର ଥାନାରେ ମାମଲା ରୁଜୁ ହୋଇଛି । ଟୁଟୁ ନାୟକଙ୍କ ନାଁରେ ୩୫୪,୨୯୪,୩୪୧,୩୨୩ ଧାରାରେ ମାମଲା ହୋଇଛି । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ । ସାମ୍ବାଦିକା ଦେବସ୍ମିତା ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ତାଙ୍କୁ ଚାପୁଡ଼ା ମାରିଥିଲେ ଟୁଟୁ ନାୟକ । ତାଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ଦେବସ୍ମିତା । ଏପଟେ ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମହିଳା କମିଶନ। ଭୁବନେଶ୍ବର ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଯୋଜକ ଟୁଟୁ ନାୟକ ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











