ମହାପ୍ରଭୁ ଜଗନ୍ନାଥ ନାଁରେ ଚାଉଳ, ଗୁଆ, ନଡିଆ, ଘିଅ, ସୁନା, ରୁପା ମାଗି ଲୋକଙ୍କ ଶ୍ରଦ୍ଧା, ଭାବନା ସହ ଖେଳ ଖେଳି କୁଠାରଘାତ କରିଛନ୍ତି ରାଜ୍ୟ ସରକାର
ଚାଉଳ ମାଗିବା, ଅର୍ପଣ ରଥ ଗଡିବା’ ମନ୍ଦିର ପରିଚାଳନା କମିଟିର ନିଷ୍ପତି ନଥିଲା
ରାଜ୍ୟ ସରକାର ନିଜ ସ୍ୱାର୍ଥ ହାସଲ ପାଇଁ ମନଇଛା ନିଷ୍ପତି ନେଇ ଜଗନ୍ନାଥ ଭକ୍ତଙ୍କ ଭାବାବେଗ ସହ ଖେଳ ଖେଳିଛନ୍ତି
ଗଜପତିଙ୍କ ମନ୍ତବ୍ୟ ରାଜ୍ୟ ସରକାରଙ୍କ ମୁଖା ଖୋଲି ଦେଇଛି
ଜଗନ୍ନାଥଙ୍କ ନାଁରେ ରାଜନୀତି କରୁଛି ବିଜୁ ଜନତା ଦଳ । ମହାପ୍ରଭୁ ଜଗନ୍ନାଥ ନାଁରେ ଚାଉଳ, ଗୁଆ, ନଡିଆ, ଘିଅ, ସୁନା, ରୁପା ମାଗି ଲୋକଙ୍କ ଶ୍ରଦ୍ଧା, ଭାବନା ସହ ଖେଳ ଖେଳି କୁଠାରଘାତ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ଜଗନ୍ନାଥଙ୍କ ନାମ ନେଇ ଯେଉଁ ରାଜନୀତି କରୁଥିଲେ ତାହା ପଦାରେ ପଡିଛି । ଓଡ଼ିଶାବାସୀ ଏ ସରକାରକୁ କେବେ କ୍ଷମା ଦେବେ ନାହିଁ ବୋଲି ବିଧାୟକ ନାଉରୀ ନାଏକ କହିଛନ୍ତି ।
ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଶ୍ରୀ ନାଏକ କହିଛନ୍ତି ଯେ, ଜଗତରନାଥ ଶ୍ରୀଜଗନ୍ନାଥଙ୍କ କୌଣସି କାର୍ୟ୍ୟରେ ଲାଗିବା ପାଇଁ ଶ୍ରଦ୍ଧାଳୁ ଶ୍ରଦ୍ଧାରେ ‘ଚାଉଳ ଓ ଗୁଆ, ଶ୍ରୀଫଳ, ଅର୍ଘ୍ୟ’ ଦେଇଥିଲେ କିନ୍ତୁ ରାଜ୍ୟ ସରକାର ଭକ୍ତଙ୍କ ଭାବନାକୁ ନବୁଝି ଚାଉଳ ଯେମିତି ବ୍ୟବହାର କରିବାକୁ କହିଛନ୍ତି ତାହା ଜାଣିବା ପରେ ଭକ୍ତଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି । ଚାଉଳ ମାଗିବା ହେଉ ବା ଅର୍ପଣ ରଥ ଗଡିବା ତାହା ପରିଚାଳନା କମିଟିର ନିଷ୍ପତି ନଥିଲା । ରାଜ୍ୟ ସରକାର ସ୍ୱାର୍ଥ ହାସଲ ପାଇଁ ମନଇଛା ନିଷ୍ପତି ନେଇଥିଲେ । ଏଥରୁ ସ୍ପଷ୍ଟ ପରିଚାଳନା କମିଟିର ମତ ନନେଇ ଅଦିନରେ ଅର୍ପଣ ରଥ ଗଡାଯାଇଛି । ପ୍ରଭୁଙ୍କ ଶ୍ରଦ୍ଧା କରି ଲୋକେ ଚାଉଳ ଦେଇଥିଲେ, ସେହି ଚାଉଳ ୧୭ତାରିଖ ପୁରୀ ଯିବ, ସେଠି ବଡଠାକୁରଙ୍କ କାମରେ ଲାଗିବ । କିନ୍ତୁ ତାହା ନହେବାରୁ ସେହି ଚାଉଳ କେଉଁ କାର୍ୟ୍ୟରେ ଲାଗିଲା ବୋଲି ଓଡ଼ିଶାବାସୀ ଯେତେବେଳେ ପ୍ରଶ୍ନ କଲେ ସେତେବେଳେ ରାଜ୍ୟ ସରକାର କହୁଛନ୍ତି “ଖେଚୁଡି, ପିଠା” କରି ବାଂଟିବେ ବୋଲି କୁହାଯାଉଛି । ବିଜୁ ଜନତା ଦଳ ସରକାର ରାଜନୀତି କରିବ ବୋଲି ଓଡ଼ିଶାବାସୀଙ୍କ ଶ୍ରଦ୍ଧା ଓ ଭାବନା ସହ ଖେଳିଛି । ଏନେଇ ଓଡ଼ିଶାବାସୀ ରାଜ୍ୟ ସରକାରଙ୍କୁ କ୍ଷମା ଦେବ ନାହିଁ । ଗଜପତିଙ୍କ ମନ୍ତବ୍ୟ ରାଜ୍ୟ ସରକାରଙ୍କ ମୁଖା ଖୋଲି ଦେଇଛି ବୋଲି ଶ୍ରୀ ନାଏକ କହିଛନ୍ତି ।
ସୁଆର ମହାସୁଆର ନିଯୋଗ ଏବେ ରାଜ୍ୟ ସରକାର ଓ ବିଜୁ ଜନତା ଦଳର ସୁରକ୍ଷା କବଳ ସାଜି ସରକାରଙ୍କ ଏଜେଂଟ ହେବାକୁ ପଛାଇ ନାହିଁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ଛାଡି ନିଯୋଗ ସମିତି ଏବେ ବିଜେଡି ସେବା ପାଇଁ ମନ ବଳାଇଛି । ଯାହାକି ଶ୍ରୀମନ୍ଦିରର ପରମ୍ପରାକୁ ଆହୁରି ଦୁର୍ଭାଗ୍ୟଜନକ ସ୍ଥିତିକୁ ନେବ ବୋଲି ଶ୍ରୀ ନାଏକ କହିଛନ୍ତି ।
ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ରାଜନୀତି କରୁଛି ବିଜେଡି, ଓଡିଶାବାସୀ କ୍ଷମା ଦେବେ ନାହିଁ : ନାଉରୀ ନାଏକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











