ଭୁବନେଶ୍ୱର : ଓଡ଼ିଶାର ଭୁନେଶ୍ବରର ଜନତା ମଇଦାନଠାରେ ଅନୁଷ୍ଠିତ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଯୋଗଦେଇ କହିଛନ୍ତି, ପ୍ରତି ୨ବର୍ଷରେ ଥରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜିତ ହେଉଛି । ଏହା କେବଳ ଏକ ସମ୍ମିଳନୀ ନୁହେଁ, ପ୍ରବାସୀ ଭାରତୀୟ ଦିବସ ହେଉଛି ପାରିବାରିକ ପୁନର୍ମିଳନ ଭଳି।ଓଡିଶାର କଳା ଓ ସଂସ୍କୃତି ଅନନ୍ୟ । ଓଡିଶା ରାଜ୍ୟର କଳା ଓ ସଂସ୍କୃତି ସାରା ଦେଶରେ ପରିଚିତି ହାସଲ କରିଛି। ଜୟଶଙ୍କର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଣିଜ୍ୟ, ଟେକ୍ନୋଲୋଜି ଓ ଟୁରିଜିମ୍ ଉପରେ ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶାରେ ଶିଳ୍ପ, ବାଣିଜ୍ୟ, ପରିବହନ, ନିଯୁକ୍ତ ଆଦି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ପାଇଁ ଏପରି ଆୟୋଜନ ନିଶ୍ଚିତ ସହାୟକ ହେବ। ଓଡ଼ିଶାର ଯୁବଶକ୍ତିଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ଦକ୍ଷ ମାନବସମ୍ବଳ ସୃଷ୍ଟି କରାଯାଇପାରିବ।
Views: 34