ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଥିରେ ମହିଳା ଏସପିଜି କମାଣ୍ଡୋ । ଯାହାର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଏସପିଜିରେ ମହିଳା କମାଣ୍ଡୋ ରହିବା ନୂଆ କଥା ନୁହେଁ । କିନ୍ତୁ ମହିଳା କମାଣ୍ଡୋ ଜଣକ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଅନୁମାନ କରାଯାଉଛି, ଏହି ଫଟୋଟି ସଂସଦ ଭିତରର ଚିତ୍ର । ଏସପିଜିର ମହିଳା କମାଣ୍ଡୋଙ୍କୁ ସଂସଦରେ ନିୟୋଜିତ କରାଯାଇଥାଏ ।
ମହିଳା ଅତିଥିଙ୍କ ସୁରକ୍ଷା ପାଇଁ ସଂସଦର ଗେଟରେ ନିୟୋଜିତ ହୋଇଥାନ୍ତି ମହିଳା କମାଣ୍ଡୋ । ପ୍ରଧାନମନ୍ତ୍ରୀଙ୍କ ପାଖକୁ ଆସୁଥିବା ମହିଳା ଅତିଥିଙ୍କ ସହ ଏମାନଙ୍କୁ ଦେଖିବାକୁ ମିଳିଥାଏ । ୨୦୧୫ ପରଠାରୁ ମହିଳା କମଣ୍ଡୋଙ୍କୁ ନିୟୋଜିତ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ସମୟରେ ଆଡଭାନ୍ସ ସିକ୍ୟୁରିଟି ଲାଇଜନ ପାଇଁ ମହିଳା କମାଣ୍ଡୋକୁ ପଠାଯାଇଥାଏ । ବିଦେଶରେ ମଧ୍ୟ ମହିଳା କମାଣ୍ଡୋ ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀଙ୍କୁ ସହଯୋଗ କରିଥାନ୍ତି । ଏସପିଜିରେ ୧୦୦ ପାଖାପାଖି ମହିଳା କମାଣ୍ଡୋ ରହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାରେ ମହିଳା କମାଣ୍ଡୋ

Facebook
Twitter
LinkedIn
Facebook
Twitter
LinkedIn
Recent News
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...
ଆଗ୍ରାର ତାଜମହଲରେ ଅଗ୍ନିକାଣ୍ଡ
ୟୁପି : ଉତ୍ତରପ୍ରଦେଶ ଆଗ୍ରାରେ ଥିବା ବିଶ୍ବ ପ୍ରସିଦ୍ଧ ତାଜମହଲର ଦକ୍ଷିଣ ଦ୍ବାରରେ ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟ୍ କାରଣରୁ ଏପରି ଅଘଟଣ ଘଟିଥିବା ଜଣାପଡିଛି...
ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି...