The Ultimate Managed Hosting Platform
ADVERTISEMENT

ପ୍ରଥମ ଲଦାଖ ଗସ୍ତରେ ରାହୁଲ

Facebook
Twitter
LinkedIn

ନୂଆଦିଲ୍ଲୀ : ଲେହ-ଲଦାଖ ବୁଲିବାକୁ ବାହାରିଛନ୍ତି ରାହୁଲ ଗାନ୍ଧୀ । ରାହୁଲଙ୍କ ଏହି ଯାତ୍ରା ଖୁବ ସ୍ୱତନ୍ତ୍ର । ବାଇକରେ ବୁଲିବାକୁ ବାହାରିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ପ୍ରଥମ ଲଦାଖ ଗସ୍ତରେ ଅଛନ୍ତି ରାହୁଲ । କେଟିଏମ ବାଇକ ସହ ହେଲମେଟ ପିନ୍ଧିଥିବା ଲୁକରେ ନଜର ଆସିଛନ୍ତି ରାହୁଲ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ‘ଇନଷ୍ଟାଗ୍ରାମ୍ଆକାଉଣ୍ଟ୍’ରେ ଫଟୋ ସେୟାର୍ କରି ରାହୁଲ୍ ଲେଖିଛନ୍ତି, ପାଙ୍ଗୋଙ୍ଗ୍ ହ୍ରଦ ଅଭିମୁଖେ ଯିବା ରାସ୍ତାରେ। ମୋ ବାପା କହୁଥିଲେ ଏହା ହେଉଛି ବିଶ୍ବର ସବୁଠୁ ସୁନ୍ଦର ସ୍ଥାନମାନଙ୍କ ମଧ୍ୟରୁ ଗୋଟିଏ। ପାଙ୍ଗୋଙ୍ଗ୍ ହ୍ରଦ ନିକଟରେ ଅଗଷ୍ଟ ୨୦ ତାରିଖ ଦିନ ରାହୁଲ୍ ଗାନ୍ଧୀ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ପୂଜାର୍ଚ୍ଚନା କରିବେ। ସେହିପରି, ଶୁକ୍ରବାର ଦିନ ରାହୁଲ୍ ଗାନ୍ଧୀ ଲଦାଖରେ ଯୁବ କଂଗ୍ରେସ ନେତା ଓ କର୍ମୀମାନଙ୍କ ସହିତ ଆଲୋଚନା କରିଥିଲେ। ପରେ ରାହୁଲ୍ ସେ ଜିଲ୍ଲାରେ ଆୟୋଜିତ ଫୁଟ୍ବଲ୍ ମ୍ୟାଚ୍ ମଧ୍ୟ ଦେଖିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login