ଭୁବନେଶ୍ୱର : ପ୍ରତ୍ୟେକ ମାସ ତୃତୀୟ ସପ୍ତାହରେ ସଚିବାଳୟରେ ହେବନି ବୈଠକ । ଫିଲ୍ଡ ଭିଜିଟ କରିବାକୁ ସଚିବାଳୟର ବରିଷ୍ଠ ଅଧିକାରୀଙ୍କୁ ନିଦେ୍ର୍ଦଶ । ଗାଁକୁ ଯାଇ ସରକାରଙ୍କ ବିକାଶମୂଳକ କାର୍ଯ୍ୟର କରିବେ ତଦାରଖ । ଅନୁନ୍ନତ ଅଞ୍ଚଳ ଓ ଗ୍ରାମାଞ୍ଚଳରେ ରାତ୍ରୀ ରହଣି କରିବେ । ଶିକ୍ଷା, ସ୍ୱାସ୍ଥ୍ୟ , କୃଷି , ଜଳସେଚନ କ୍ଷେତ୍ରର କରିବେ ନୀରିକ୍ଷଣ । ସବୁ ବିଭାଗକୁ ଚିଠି ଲେଖିଲେ ଉନ୍ନୟନ କମିଶନର ।
ଅଫିସରମାନେ ଲୋକସେବା ଭବନରେ ବସି କେବଳ ବୈଠକ କରିପାରିବେନି ଗ୍ରାଉଣ୍ଡଜିରୋକୁ ଯାଇ ତଦାରଖ କରିବେ କେମିତି ଚାଲିଛି ବିକାଶମୂଳକ କାର୍ୟ୍ୟ। ଆଉ ସେହି ଅଞ୍ଚଳରେ କଣ ରହିଛି ସମସ୍ୟା। ଲୋକମାନେ ଆଉ କଣ ଆବଶ୍ୟକ କରୁଛନ୍ତି। ଲୋକଙ୍କ ସମସ୍ୟା ବୁଝିବା ସହ ବିଭିନ୍ନ ସରକାରୀ ଯୋଜନାର ନିରୀକ୍ଷଣ ଓ ସମୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ବିଭାଗୀୟ ସଚିବ ଏବଂ ସ୍ବତନ୍ତ୍ର ସଚିବଙ୍କୁ ଯେଉଁ ଜିଲା ଦାୟିତ୍ବ ବୁଝିବାକୁ କୁହାଯାଇଛି, ସେମାନେ ସଂପୃକ୍ତ ଜିଲା ଗସ୍ତ କରିବେ। ଏମିତିକି ଦୁର୍ଗମ ଅଞ୍ଚଳରେ ଲୋକେ କିଭଳି ଜୀବନ ଯାପନ କରୁଛନ୍ତି ଓ ସରକାରୀ ଯୋଜନା କାର୍ୟ୍ୟକାରୀ ହେଉଛି କି ନାହିଁ ତାହା ତଦାରଖ କରିବେ। ଆବଶ୍ୟକସ୍ଥଳେ ରାତିରେ ଦୁର୍ଗମ ଅଞ୍ଚଳରେ ରହଣୀ କରିବେ। ଏଥିନେଇ ପ୍ରତିମାସ ତୃତୀୟ ସପ୍ତାହରେ ବିଭାଗୀୟ କାର୍ୟ୍ୟସୂଚୀରେ ଉଲ୍ଲେଖ କରିବାକୁ ନିର୍ଦେଶନାମାରେ କୁହାଯାଇଛି।
ପ୍ରତି ମାସରେ ଗାଁକୁ ଯିବେ ବାବୁ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











