ଭୁବନେଶ୍ୱର : ପ୍ରତି ପଞ୍ଚାୟତକୁ ମୋ ବସ ଚଲାଇବାକୁ ନିଷ୍ପତ୍ତି । ବ୍ଲକ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ଚାଲିବ ‘ମୋ ବସ’ । ସୂଚନା ଦେଲେ ପରିବହନ ସଚିବ ଉଷା ପାଢୀ । ଲକ୍ଷ୍ମୀ ସ୍କିନରେ ଗ୍ରାମାଞ୍ଚଳକୁ ଦିଆଯିବ ପରିବହନ ସୁବିଧା । ପ୍ରଥମ ଫେଜରେ ପାଇଲଟ ପ୍ରୋଜେକ୍ଟରେ ୬ଟି ଜିଲ୍ଲାରେ ଚାଲିବ । କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି,କଳାହାଣ୍ଡି ଓ ଗଜପତି ଜିଲ୍ଲାକୁ ପ୍ରଥମ ପର୍ୟ୍ୟାୟରେ ସାମିଲ କରାଯାଇଛି। ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ପଞ୍ଚାୟତକୁ ମୋ ବସ ଚାଲିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Views: 88