The Ultimate Managed Hosting Platform
ADVERTISEMENT

ପ୍ରଚୁର ତୈଳ ମହଜୁଦ ଅଛି- ଆଇଓସିଏଲ

Facebook
Twitter
LinkedIn

ନୂଆଦିଲ୍ଲୀ : ପ୍ରଚୁର ତୈଳ ମହଜୁଦ ଅଛି । ଆତଙ୍କିତ ନ ହେବାକୁ ଆଇଓସିଏଲ ପକ୍ଷରୁ ପରାମର୍ଶ । ଦେଶସାରା ଇଣ୍ଡିଆନ ଅଏଲର ପ୍ରଚୁର ଇନ୍ଧନ ମହଜୁଦ ଅଛି । ଯୋଗାଣ ଲାଇନଗୁଡିକ ସୁଗମ ଭାବରେ କାର୍ଯ୍ୟ କରୁଛି । ସମସ୍ତ ଆଉଟଲେଟରେ ଇନ୍ଧନ ଏବଂ ଏଲପିଜି ସହଜରେ ଉପଲବ୍ଧ । ମେ ୯ ଶୁକ୍ରବାର ଅର୍ଥାତ୍ ଆଜି ସକାଳ ୫.୧୨ ମିନିଟରେ ଏକ୍ସରେ ପୋଷ୍ଟ କରି ସୂଚନା ଦେଲା ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ । ଭାରତ- ପାକିସ୍ତାନ ଉତ୍ତେଜନା ମଧ୍ୟରେ ରନ୍ଧନ ଗ୍ୟାସ ଓ ଇନ୍ଧନ କିଣିବାକୁ ଲୋକଙ୍କ ବ୍ୟସ୍ତତା ଦେଖି ସ୍ପଷ୍ଟ କଲା ଆଇଓସିଏଲ । ଦେଶ ସାରା ରନ୍ଧନ ଗ୍ୟାସ ଓ ଇନ୍ଧନ ପ୍ରଚୁର ଭାବେ ମହଜୁଦ ଅଛି । ସମସ୍ତ ଆଉଟଲେଟରେ ଇନ୍ଧନ ଓ ଏଲପିଜି ସହଜରେ ଉପଲବ୍ଧ ହେଉଛି । ଇଣ୍ଡିଆନ ଅଏଲର ଯୋଗାଣ ଲାଇନ ସୁଗମ ଭାବେ କାର୍ୟ୍ୟରେ ନିୟୋଜିତ ଅଛି ବୋଲି ପୋଷ୍ଟ କରି ସ୍ପଷ୍ଟ କରିଛି ଆଇଓସିଏଲ। ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ଭାରତର ସବୁଠାରୁ ନାମିଦାମୀ ଇନ୍ଧନ କମ୍ପାନୀ ମଧ୍ୟରୁ ଗୋଟିଏ । ଲୋକଙ୍କ ଆତଙ୍କିକତାକୁ ଦେଖିବା ପରେ ଏହାର ପ୍ରସ୍ତୁତିକୁ କେବଳ ସେ ଜଣାଇନାହିଁ । ବରଂ ଲୋକମାନେ ସେମାନଙ୍କର ବୁଝାମଣାକୁ ଠିକ୍ ରଖିବା ପାଇଁ ଅନୁରୋଧ କରିଛି ଆଇଓସିଏଲ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login