ଭୁବନେଶ୍ୱର ; ପୋପ ଫ୍ରାନସିସଙ୍କ ବିୟୋଗରେ ରାଜ୍ୟ ପାଳିବ ୩ ଦିନିଆ ଶୋକ । ଆଜି ଓ ଆସନ୍ତାକାଲି ଶୋକ ଦିବସ ପାଳିବେ ରାଜ୍ୟ ସରକାର । ଶେଷକୃତ୍ୟ ଦିନ ମଧ୍ୟ ରାଜ୍ୟରେ ପାଳନ ହେବ ଶୋକ ଦିବସ । ଏ ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଗତକାଲି ୮୮ ବର୍ଷ ବୟସରେ ଭାଟିକାନ ସିଟିରେ ପୋପ ଫ୍ରାନସିସଙ୍କ ନିଧନ ହୋଇଥିଲା । ୨୦୧୩ର ପୋପ ବେନେଡିକ୍ସ ଷୋଡ଼ଶ ଏହି ପବିତ୍ର ପଦବୀରୁ ଇସ୍ତଫା ଦେବା ପରେ ଜର୍ଜ ମାରିଓ ବର୍ଗୋଗ୍ଲିଓ(ପୋପ ଫ୍ରାନସିସ) ୨୬୬ ତମ ପୋପ ଭାବେ ମନୋନୀତ ହୋଇଥିଲେ । ରୋମାନ କ୍ୟାଥୋଲିକ ଚର୍ଚ୍ଚର ନେତୃତ୍ଵ ନେବାରେ ସେ ପ୍ରଥମ ଲାଟିନ ଆମେରିକୀୟ ଥିଲେ। ସ୍ଵାସ୍ଥ୍ୟଗତ ସମସ୍ୟା କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି । ପୋପ୍ ଫ୍ରାନ୍ସିସ୍ଙ୍କ ମୃତ୍ୟୁ ଖବର ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି । ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ପୋପ୍ ଜୀବନର ସାରକୁ ନେଇ ତାଙ୍କ ଶେଷ ଟ୍ୱିଟ୍ରେ ଲେଖିଥିଲେ: ‘‘ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ହୋଇଛି । ଏହି ଶବ୍ଦଗୁଡ଼ିକ ଆମ ଅସ୍ତିତ୍ୱର ସମଗ୍ର ଅର୍ଥକୁ ବହନ କରିଥାଏ, କାରଣ ଆମେ ମୃତ୍ୟୁ ପାଇଁ ନୁହେଁ, ବରଂ ଜୀବନ ପାଇଁ ଜନ୍ମ ହୋଇଥିଲୁ ।’’ ପୋପ୍ ଫ୍ରାନ୍ସିସ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ସତ୍ତ୍ୱେ ରବିବାର ହ୍ୱିଲ୍ଚେୟାରରେ ଶ୍ରଦ୍ଧାଳୁଙ୍କ ସାମନାକୁ ଆସିଥିଲେ । ନିଜର ଶେଷ ବାର୍ତ୍ତାରେ ସେ ସ୍ୱାଧୀନତା ଓ ଶାନ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶ୍ୱ ଶାନ୍ତି ପାଇଁ ଧର୍ମ ଓ ଅଭିବ୍ୟକ୍ତିର ସ୍ୱାଧୀନତା ଜରୁରି ବୋଲି ସେ କହିଥିଲେ ।
ପୋପଙ୍କ ପାଇଁ ରାଜ୍ୟରେ ୩ ଦିନିଆ ଶୋକ

Facebook
Twitter
LinkedIn
Facebook
Twitter
LinkedIn
Recent News
ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ
ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...
ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ
ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...
ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ
ନୂଆପଡା : ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ । ନୂଆପଡ଼ା ନାରାୟଣ ଡୋଙ୍ଗରୀ ସଂରକ୍ଷିତ ଜଙ୍ଗଲରୁ ଠାବ ହୋଇଛି ମାଓ କ୍ୟାମ୍ପ । ଯବାନଙ୍କୁ ଟାର୍ଗେଟ କରି...
୧୪ ଦେଶକୁ ଟ୍ରମ୍ପଙ୍କ ଟାରିଫ ମାଡ
ନୂଆଦିଲ୍ଲୀ : ୧୪ ଟି ଦେଶ ଉପରେ ନୂଆ ଟାରିଫ ପ୍ଲାନ ଘୋଷଣା । ଅଗଷ୍ଟ ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ ।େ୧୪ ଦେଶକୁ...