ଯାଜପୁର : କଳିଙ୍ଗନଗର ଥାନା ଅନ୍ତର୍ଗତ ମଣ୍ଡପଡା ଗ୍ରାମରେ ଗାଧୋଇ ବାକୁ ଯାଇ ପୋଖରିରେ ବୁଡି ୧୨ ବର୍ଷର ନାବାଳିକା ମୃତ୍ୟୁ । ସୂଚନା ମୁତାବକ ଶାଳୀଜଙ୍ଗା ପଞ୍ଚାୟତ ମଣ୍ଡପଡା ଗ୍ରାମର ମୁରଲୀ ବେହେରାଙ୍କ ଝିଅ ପଦ୍ମାବତୀ ବେହେରା ସବୁଦିନ ପୋଖରିକୁ ଗାଧୋଇବାକୁ ଯାଉଥିବା ବେଳେ ଆଜି ସେହିପରି ସାଙ୍ଗ ମାନଙ୍କ ସହ ଗାଧୋଇ ଥିବା ସମୟରେ ହଟାତ ଗୋଡ ଖସିଯିବାରୁ ପୋଖରୀରେ ବୁଡି ତାଙ୍କର ମୃତ୍ୟୁ ଘଟିଛି । ସେପଟେ କଳିଙ୍ଗନଗର ପୋଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଦାନଗଦି ଗୋଷ୍ଠୀ କେନ୍ଦ୍ରକୁ ପଠାଇଛି ।
Views: 95