The Ultimate Managed Hosting Platform
ADVERTISEMENT

ପୋଖରୀରୁ ମିଳିଲା ଶିଶୁପୁତ୍ରର ମୃତଦେହ

Facebook
Twitter
LinkedIn

ସୋର : ୩ ବର୍ଷର ନିଖୋଜ ଶିଶୁପୁତ୍ରର ମୃତଦେହ ମିଳିଲା । ଘର ନିକଟ ପୋଖରୀରୁ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର । ୪ ନମ୍ବର ୱାର୍ଡ ରାୟପୁର ଗାଁରୁ ଗତକାଲି ଶିଶୁପୁତ୍ର ନିଖୋଜ ଥିଲା । ଘର ନିକଟରେ ଖେଳୁଥିବା ବେଳେ ନିଖୋଜ ହୋଇଥିଲା ଶିଶୁପୁତ୍ର ।
ସୂଚନା ଅନୁଯାୟୀ ଗତକାଲି ଶୋଭମ ଓ ତାଙ୍କ ୭ ବର୍ଷ ଭଉଣୀ ଘର ପାଖରେ ଖେଳୁଥିଲେ । କିଛି ସମୟ ପରେ ଭଉଣୀ ଘରକୁ ପଳାଇଯାଇଥିବା ବେଳେ ଶୋଭମ ଏକୁଟିଆ ବାହାରେ ଖେଳୁଥିଲା । ଦୀର୍ଘ ସମୟ ଧରି ପୁଅକୁ ନ ପାଇ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏ ସନ୍ଧାନୀ କୁକୁର ତନାଘନା କରିଥିଲା । ଆଜି ଘର ନିକଟ ପୋଖରୀରୁ ଅଗ୍ନିଶମ ବାହିନୀ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରିଛି । ଶୁଭମ ହେଉଛି ରାଇପୁର ଗାଁର ମୋହନ ସାହୁଙ୍କ ପୁଅ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login