The Ultimate Managed Hosting Platform
ADVERTISEMENT

ପେରୁ ସୁନା ଖଣିରେ ଭୟଙ୍କର ନିଆଁ

Facebook
Twitter
LinkedIn

ନୂଆଦିଲ୍ଲୀ : ପେରୁ ସୁନା ଖଣିରେ ଭୟଙ୍କର ନିଆଁ । ଦକ୍ଷିଣ ପେରୁର ଏକ ସୁନା ଖଣିରେ ନିଆଁ ଯିବାରୁ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ଦୁଇ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଏହା ହେଉଛି ଦେଶର ସବୁଠାରୁ ବଡ ଖଣି ଦୁର୍ଘଟଣା । ପେରୁ ସରକାର ପକ୍ଷରୁ କୁହାଯାଇଛି ଯେ, ଶନିବାର ସକାଳେ ଦକ୍ଷିଣ ଆରେକିପା ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି। ସୁନା ଖଣିରେ ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି କୁହାଯାଉଛି। ତେବେ ସୁନା ଖଣିରେ ନିଆଁ ଲାଗିବା ଯୋଗୁଁ ପୀଡିତ ପରିବାର ଲୋକେ ଘଟଣାସ୍ଥଳରେ ନିଜ ଲୋକଙ୍କ ମୃତଦେହ ସନ୍ଧାନ କରୁଛନ୍ତି ।
ପେରୁ ସ୍ଥାନୀୟ ମିଡିଆ ମୁତାବକ, ସର୍ଟସର୍କିଟ ଯୋଗୁଁ ଖଣିରେ ବିସ୍ଫୋରଣ ହୋଇଥିଲା। ଫଳରେ ଖଣି ଭିତରେ ଥିବା କାଠ ଖୁଣ୍ଟରେ ନିଆଁ ଲାଗିଯାଇଥିଲା । ଏହି ଖଣିର ଗଭୀରତା ୧୦୦ ମିଟର ଥିଲା । ତେବେ ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ଖଦାନରୁ ନିଆଁକୁ ଲିଭାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login