The Ultimate Managed Hosting Platform
ADVERTISEMENT

ପେଟ୍ରୋଲ-ଡିଜେଲ ଚିନ୍ତା ନାହିଁ ! ତରବରିଆ ହୋଇ କିଣନ୍ତୁ ନାହିଁ ପେଟ୍ରୋଲ : ସଞ୍ଜୟ ଲାଠ

Facebook
Twitter
LinkedIn

ଭୁବନେଶ୍ୱର : ପେଟ୍ରୋଲ ପମ୍ପରେ ତେଲ ସଙ୍କଟ ଆଶଙ୍କା ଟଳିଲା । ପେଟ୍ରୋଲିୟମ ଡିଲର ସଂଘ ସାଧାରଣ ସମ୍ପାଦକଙ୍କ ସୂଚନା । ୧୫୦ ପେଟ୍ରୋଲ ଟ୍ୟାଙ୍କର ଆସି ପହଁଚିଲା ବୋଲି କହିଛନ୍ତି ସଞ୍ଜୟ ଲାଠ । ପେଟ୍ରୋଲ ପମ୍ପରେ ତେଲ ସରିଯିବା ଆଶଙ୍କା ଆଉ ନାହିଁ । ପେଟ୍ରୋଲ ପମ୍ପରେ ଅଯଥା ଭିଡ ନ କରିବା ପାଇଁ ଅନୁରୋଧ । ଡ୍ରାଇଭର ଷ୍ଟିଅରିଂ ଛାଡ ଆନେ୍ଦାଳନ ଉପରେ ଉଠାଇଲେ ପ୍ରଶ୍ନ । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବନ୍ଦ କରିବାରୁ ସମସ୍ୟା । ଏହା ମଧ୍ୟ କହିଛନ୍ତି ଯେ ପେଟ୍ରୋଲ ମହଜୁଦ ରହିଛି । କାଁ ଭାଁ ଜାଗାରେ ପେଟ୍ରୋଲ ସରିଛି । ଏହା ଏକ ସ୍ୱାଭାବିକ କଥା । ଏବେ ୨୦୦ ଟ୍ୟାଙ୍କର ଆସିଛନ୍ତି । ପେଟ୍ରୋଲକୁ ନେଇ କୌଣସି ସମସ୍ୟା ହେବନି । ସରକାରଙ୍କ ସହ ଆଲୋଚନା ହୋଇଛି । ପୁରା କର୍ଡ଼ନ ଭିତରେ ପେଟ୍ରୋଲକୁ ଆମଦାନୀ କରାଯାଇଛି । ପେଟ୍ରୋଲ୍ ପମ୍ପ୍ରେ ତେଲ ସରିଯିବା ଆଶଙ୍କା ଆଉ ନାହିଁ । ଏଥିପାଇଁ ଅଯଥା ଭିଡ଼ ନ କରିବା ପାଇଁ ଅନୁରୋଧ କରିଛନ୍ତି । ସରକାରଙ୍କ ଏଥିପ୍ରତି ପୁରା ନଜର ରହିଛି । ସୂଚନା ଅନୁସାରେ ଗତକାଲି ଠାରୁ ପେଟ୍ରୋଲ ସରିଯିବା ଆଶଂକାରେ ରାତିରେ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା । ଏପରିକି ଭୁବନେଶ୍ବରର ବିଭିନ୍ନ ପେଟ୍ରୋଲ ପମ୍ପରେ ଲମ୍ବା ଧାଡ଼ି ଲାଗିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login