The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ପୃଥିବୀକୁ ମାଡି ଆସୁଛି ସୌର ଝଡ଼

Facebook
Twitter
LinkedIn

ନୂଆଦିଲ୍ଲୀ : ପୃଥିବୀକୁ ମାଡି ଆସୁଛି ସୌର ଝଡ଼ । ଆସନ୍ତାକାଲି କିମ୍ବା ଶନିବାର ପୃଥିବୀ ଉପରେ ପଡିବ ପ୍ରଭାବ। ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାଠାବ କରିଛି ବିରାଟ ଗର୍ତ୍ତ। ଠାବ ହୋଇଥିବା କରୋନାଲ ହୋଲ୍ ର ଆକାର ପୃଥିବୀଠାରୁ ୨୦ ଗୁଣା ଅଧିକ। ଫଳରେ ସୌର ଝଡ଼ ୨.୯ ନିୟୁତ ପ୍ରତି ଘଣ୍ଟା ବେଗରେ ପୃଥିବୀ ଆଡକୁ ମାଡି ଆସୁଛି। ଯାହା ଆସନ୍ତା ଶୁକ୍ରବାର ପୃଥିବୀକୁ ହିଟ୍ କରିବ। ଏହାର ପ୍ରଭାବ କଣ ରହିବ ତାକୁ ଅନୁଧ୍ୟାନ କରିବାକୁ ଗବେଷକ ପ୍ରସ୍ତୁତି ଚଳାଇଛନ୍ତି। ସାଧାରଣତଃ ସୌର ଝଡ ପୃଥିବୀର ଚୁମ୍ବକୀୟ କ୍ଷେତ୍ର, ସାଟେଲାଇଟ୍, ମୋବାଇଲ ସେବା ଓ ଜିପିଏସ୍ ବ୍ୟବସ୍ଥାକୁ ପ୍ରଭାବିତ କରିଥାଏ। ବର୍ତ୍ତମାନ ମିଳିଥିବା ଚିତ୍ରରୁ ସୂର୍ୟ୍ୟର କିଛି ଅଂଶ ଗାଏବ ହୋଇଯାଇଥିବା ଭଳି ଜଣାପଡୁଛି। ଏକ୍ଷ୍ଟ୍ରିମ ଆଲଟ୍ରାଭାୟୋଲେଟ୍ ଓ ସଫ୍ଟ ଏକ୍ସରେ ସୋଲାର ଇମେଜରେ ଏହାର ରଙ୍ଗ କଳା ରହିଛି। ଅର୍ଥାତ ଏହି ସ୍ଥାନରେ ସୂର୍ୟ୍ୟ ଥଣ୍ଡା ପଡିଯାଇଛି ଏବଂ ନିକଟବର୍ତ୍ତୀ ପ୍ଲାଜାମା ତୁଳନାରେ କଳାରଙ୍ଗ ସ୍ଥାନର ଘନତ୍ୱ କମ୍ ରହିଛି। ପୂର୍ବରୁ ମାର୍ଚ୍ଚ ୨୩ ତାରିଖରେ ମଧ୍ୟ କରୋନାଲ ହୋଲ୍ ଠାବ ହୋଇଥିଲା। ଯାହାର ଆକାର ପୃଥିବୀଠାରୁ ୩୦ ଗୁଣା ବଡ଼ ଥିଲା। ତାର ପ୍ରଭାବ ଆରିଜୋନାର ଦକ୍ଷିଣରେ ଦେଖିବାକୁ ମିଳିଥିଲା। ରାତିର ଆକାଶ ବାଇଗଣୀ ଓ ନୀଳ ରଙ୍ଗ ପାଲଟିଯାଇଥିଲା। ଏବେ ପୁଣି ଏକ କରୋନାଲ ହୋଲ୍ ଦେଖିବାକୁ ମିଳିଛି। ଗୋଟିଏ ମାସ ଭିତରେ ଦୁଇଟି କରୋନାଲ ହୋଲ୍ ମହାକାଶ ଗବେଷକଙ୍କ ଉତ୍ସୁକତା ବଢାଇ ଦେଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ନୂଆଦିଲ୍ଲୀ : ପାକିସ୍ତାନକୁ ୨ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଲାଗୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା...

ADVERTISEMENT
ସୋଭନା ମହାନ୍ତିଙ୍କୁ ମହିଳା କମିଶନ ଅଧ୍ୟକ୍ଷା ଓ ବବିତା ପାତ୍ରଙ୍କୁ ଶିଶୁ ସୁରକ୍ଷା ଆୟୋଦ ଅଧ୍ୟକ୍ଷା ଭାବେ ନିଯୁକ୍ତ ଦେଲେ ରାଜ୍ୟ ସରକାର

ସୋଭନା ମହାନ୍ତିଙ୍କୁ ମହିଳା କମିଶନ ଅଧ୍ୟକ୍ଷା ଓ ବବିତା ପାତ୍ରଙ୍କୁ ଶିଶୁ ସୁରକ୍ଷା ଆୟୋଦ ଅଧ୍ୟକ୍ଷା ଭାବେ ନିଯୁକ୍ତ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : ସୋଭନା ମହାନ୍ତି ହେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା । ୩ ବର୍ଷ ପାଇଁ ନିଯୁକ୍ତ ହେଲେ ରାଜ୍ୟ ସରକାର । ନିଯୁକ୍ତି ନେଇ...

Login