ଫୁଲବାଣୀ : ଫୁଲବାଣୀ ଫିରିଙ୍ଗିଆ ଥାନା ସୁମେରବନ୍ଦରେ ଲାଲ୍ ତାଣ୍ଡବ । ପୁଲିସ ଇନଫର୍ମର ସନେ୍ଦହରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା । ପୂର୍ବତନ ସରପଞ୍ଚ ସୁବଳ କହଁରଙ୍କୁ ଗୁଳିମାରି ହତ୍ୟା । ଘରୁ ଡାକି ନେଇ ୫ ରାଉଣ୍ଡ ଗୁଳିକରି ହତ୍ୟା କଲେ ମାଓବାଦୀ ।
ଗତକାଲି ରାତି ପ୍ରାୟ ୧୦ଟା ବେଳେ କେକେବିଏନ ସଙ୍ଗଠନର ୧୦ ଜଣ ସଶସ୍ତ୍ର ମାଓବାଦୀ ସୁବଳଙ୍କ ଘରକୁ ଆସିଥିଲେ । ବାହାରକୁ ଡାକି ନେବା ପରେ କିଛି ଦୂରରେ ଗୁଳି କରି ହତ୍ୟା କରିଥିଲେ ମାଓବାଦୀ । ଗାଁଲୋକ ଗୁଳି ଶବ୍ଦ ଶୁଣି ପୋଲିସକୁ ଖବର ଦେଇଥିଲେ । ସୁବଳ କଣ୍ଟ୍ରାକ୍ଟର ଭାବେ କାମ କରୁଥିଲେ। ପୂର୍ବରୁ ସେ ନକ୍ସଲଙ୍କ ଟାର୍ଗେଟରେ ଥିଲେ। ସରପଞ୍ଚଙ୍କୁ ହତ୍ୟା ପରେ ଗାଁରେ ଏବେ ଭୟର ବାତାବରଣ । ପୋଲିସ ଗୁଳିରେ ୩ଜଣ ମାଓବାଦୀଙ୍କ ମୃତ୍ୟୁ ପରେ ପ୍ରତିଶୋଧପରାୟଣ ହୋଇ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରାଯାଇଥିଲା ସନ୍ଦେହ କରାଯାଉଛି।
Views: 76