ନୂଆଦିଲ୍ଲୀ : ପୂର୍ବତନ ରେଳମନ୍ତ୍ରୀ ମୁକୁଲ ରାୟଙ୍କ ପରଲୋକ । ପରଲୋକ ନେଇ ପୁଅ ଶୁଭ୍ରାଂଶୁ ରାୟଙ୍କ ସୂଚନା । କୋଲକତାର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ । ମଧ୍ୟ ରାତି ପ୍ରାୟ ୧ଟା ୩୦ରେ ଶେଷ ନିଶ୍ୱାସ ତ୍ୟାଗ । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ତୃଣମୂଳ କଂଗ୍ରେସ (ଟିଏମସି) ନେତା ମୁକୁଲ ରାୟ । ୨୦୧୭ରେ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିଲେ । ୨୦୨୧ରେ ବିଜେପି ଟିକେଟରେ ଲଢି ବିଧାୟକ ହୋଇଥିଲେ । କିନ୍ତୁ ପରେ ପୁଣି ତୃଣମୂଳ କଂଗ୍ରେସକୁ ଫେରି ଆସିଥିଲେ । ୨ ଥର ରାଜ୍ୟସଭା ସାଂସଦ ହୋଇଥିଲେ ମୁକୁଲ ରାୟ । ଅନ୍ୟପଟେ ତାଙ୍କ ପୁଅ କହିଛନ୍ତି ଯେ, ତାଙ୍କ ବାପା ଅନେକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ଅବସ୍ଥା ଆହୁରି ବିଗିଡି ଯାଇଥିଲା । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା ।
Views: 19











