The Ultimate Managed Hosting Platform
ADVERTISEMENT

ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର

Facebook
Twitter
LinkedIn

ପୁରୀ : ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଅସୁସ୍ଥ । ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ । ଏବେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ଦେଲେ ମହେଶ୍ୱରଙ୍କ ପୁଅ । ମହେଶ୍ୱର ଆଇସିୟୁରେ ଅଛନ୍ତି , ଭେଣ୍ଟିଲେଟର ଲାଗିନି କହିଲେ ପୁଅ ସୁନୀଲ । ଅକ୍ସିଜେନ ପାଇପ ଲାଗିଥିବାରୁ କଥାବାର୍ତ୍ତା କରିପାରୁ ନାହାନ୍ତି । ଜଗନ୍ନାଥଙ୍କ ଆର୍ଶୀବାଦ ରହିଛି ଲୋକଙ୍କ ଭଲ ପାଇବା ରହିଛି ବାପାଙ୍କ ଦେହ ଭଲ ହୋଇଯିବ ବୋଲି ପୁଅ ସୁନୀଲ ମହାନ୍ତି କହିଛନ୍ତି।
ଅକ୍ଟୋବର ୩୧ ତାରିଖ ସନ୍ଧ୍ୟା ସମୟରେ ପୁରୀ ସହରରେ ବିଭିନ୍ନ ଅଞ୍ଚଳରେ ଗଜ ଲକ୍ଷ୍ମୀ ପୂଜା କମିଟି ଭ୍ରମଣ କରୁଥଲେ ପୁରୀର ପୂର୍ବତନ ବିଧାୟକ, ମନ୍ତ୍ରୀ ତଥା ବାଚସ୍ପତି ମହେଶ୍ବର ମହାନ୍ତି । ସେହି ସମୟରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହାପରେ ତାଙ୍କର ଷ୍ଟ୍ରୋକ ହୋଇଥିଲା । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବା ସୂଚନା ମିଳିଛି। ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଦଳୀୟ କର୍ମୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login