ଭୁବନେଶ୍ୱର : ବରଗଡ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁଙ୍କ ପରଲୋକ । ୭୦ ବର୍ଷ ବୟସରଙ୍କ ଏକ ଘରୋଇ ହସ୍ପିଟାଲରେ ପରଲୋକ । ୨୫ ବର୍ଷ ଧରି ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ । କିଛି ଦିନ ହେବ ସେ ମଧୁମେହ ରୋଗରେ ପୀଡ଼ିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏଣେ ବରଗଡ଼ ଜିଲ୍ଲା ବରପାଲି ସ୍ଥିତ ତାଙ୍କ ବାସଭବନରେ ତାଙ୍କ ଶେଷ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଜମିଛି। ବିଳମ୍ବିତ ରାତିରେ ତାଙ୍କର ବିୟୋଗ ହୋଇଛି। ଚମତ୍କାର ଅଭିନୟରେ ଲୋକଙ୍କୁ ବାନ୍ଧି ରଖୁଥିଲେ ଗୋପାଳ।
Views: 61











