ପୁରୀ : ପୁରୀରେ ପାଳନ ହେବ ନୌ ସେନା ଦିବସ। ପ୍ରଥମଥର ପାଇଁ ଓଡ଼ିଶାରେ ପ୍ରତିରକ୍ଷା ବିଭାଗର ଏଭଳି ଏକ ମେଗା କାର୍ୟ୍ୟକ୍ରମ ହେବାକୁ ଯାଉଛି। ଆସନ୍ତା ଡିସେମ୍ବର ୪ରେ ପୁରୀ ସମୁଦ୍ର କୂଳରେ ଭାରତୀୟ ନୌସେନା ପାଳନ କରିବ ନୌସେନା ଦିବସ। ଏହାକୁ ଶୃଙ୍ଖଳିତ ଏବଂ ଆକର୍ଷଣୀୟ କରାଯିବା ଚାଲିଛି ଜୋର୍ଦାର ପ୍ରସ୍ତୁତି।
ବୁଧବାର ପୁରୀ ବେଳାଭୂମିରେ ପହଞ୍ଚିଛି ୪ଟି ଯୁଦ୍ଧ ଟ୍ୟାଙ୍କ। ଏହି ବିଏମ୍ପି ଟ୍ୟାଙ୍କର ଗୁଡ଼ିକରେ ସେନା ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ଆଗକୁ ଆହୁରି ଅନେକ ଜାହାଜ, ଯୁଦ୍ଧ ବିମାନ, ହେଲିକପ୍ଟର ସହିତ ଅନେକ ଯୁଦ୍ଧ ସାମଗ୍ରୀ ଆସିବ।
ହାତରେ ଆଉ ମାତ୍ର ସପ୍ତାହେରୁ କମ୍ ସମୟ ରହିଛି। ପୁରୀ ମାଟିରେ ପରାକ୍ରମ ଦେଖାଇବ ନୌ ସନା, ଯାହାର ସାକ୍ଷୀ ରହିବ ଶ୍ରୀକ୍ଷେତ୍ର। ଏଥିପାଇଁ ପୁରୀ ବେଳାଭୂମିରେ ପହଞ୍ଚିଲେଣି ଯୁଦ୍ଧ ଟ୍ୟାଙ୍କ। ଆଉ ଗଭୀର ସମୁଦ୍ରରେ ଲଙ୍ଗର ପକାଇଲେଣି ଗୋଟିଏ ପରେ ଗୋଟିଏ ଯୁଦ୍ଧ ଜାହାଜ। ଆକାଶରେ ଚକ୍କର କାଟୁଛନ୍ତି ହେଲିକପ୍ଟର। ଏହାର ଭିତରେ ବୁଧବାରଠାରୁ ବେଳାଭୂମିରେ ନୌ ବୀରଙ୍କ ରିହର୍ସାଲ ମଧ୍ୟ ଆରମ୍ଭ ହୋଇଛି। ଏହି ସ୍ୱତନ୍ତ୍ର କାର୍ୟ୍ୟକ୍ରମକୁ ସଫଳ କରିବା ପାଇଁ ନୌସେନା, ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ବ୍ଲୁ ଫ୍ଲାଗ ବିଚ୍ ସମ୍ମୁଖରେ ନୌସେନା ଦିବସ ପାଳନ ହେବାକୁ ଥିବା ବେଳେ ଏଠାରେ ରାଷ୍ଟ୍ରପତିଙ୍କ ପାଇଁ ସ୍ୱତନ୍ତ୍ର ମଞ୍ଚ ସହ ଭିଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ବ୍ଲୁ ଫ୍ଲାଗ ବିଚ୍କୁ ସୁନ୍ଦର ଭାବେ ସଜ୍ଜାଯାଉଛି।
ପୁରୀରେ ପାଳନ ହେବ ନୈାସେନା ଦିବସ , ଆସିବ ୨୫ ଜାହାଜ ଓ ୪୦ରୁ ଉଦ୍ଧ୍ୱର୍ ଯୁଦ୍ଧ ବିମାନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











