The Ultimate Managed Hosting Platform
ADVERTISEMENT

ପୁରୀରୁ ହୋଇଥିଲେ ୫ ଥର ବିଧାୟକ, ପେସାରେ ଥିଲେ ଆଇନଜୀବୀ

Facebook
Twitter
LinkedIn

ଭୁବନେଶ୍ୱର : ପୁରୀରୁ ୫ ଥର ବିଧାୟକ ଥିଲେ ମହେଶ୍ୱର ମହାନ୍ତି । ୧୯୯୫ ମସିହାରୁ ୨୦୧୪ ଯାଏ ଲଗାତାର ବିଧାୟକ ଭାବରେ ଜିତିଥିଲେ । ଜନତା ଦଳ ଟିକେଟରେ ପ୍ରଥମେ ନିର୍ବାଚନ ଜିତିଥିଲେ । ଏହାପରେ ୨୦୦୦ ମସିହାରୁ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ । ସେ ୨୦୦୦ରୁ ୨୦୧୪ ପର୍ୟ୍ୟନ୍ତ କ୍ରମାଗତ ଭାବେ ବିଜେଡିରୁ ବିଧାୟକ ହୋଇ ପୁରୀରୁ ପ୍ରତିନିଧିତ୍ୱ କରି ଆସୁଥିଲେ। ୨୦୦୪ ମସିହାରୁ ୨୦୦୮ ପର୍ୟ୍ୟନ୍ତ ବିଧାନସଭାର ବାଚସ୍ପତି ଥିଲେ । ୨୦୧୧ରୁ ୨୦୧୯ ପର୍ୟ୍ୟନ୍ତ ଅନେକ ବିଭାଗର ମନ୍ତ୍ରୀ ପଦବୀରେ ଥିଲେ ସେ । ନବୀନଙ୍କ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ । ପଞ୍ଚାୟତିରାଜ, ପର୍ୟ୍ୟଟନ ଓ ସଂସ୍କୃତି, ଆଇନ, ରାଜସ୍ବ ଭଳି ମନ୍ତ୍ରୀ ଥିଲେ ମହେଶ୍ବର ମହାନ୍ତି । ସେ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବରେ ଦାୟିତ୍ବ ତୁଲାଇଥିଲେ ।


ଏହା ପୂର୍ବରୁ ସେ ପୁରୀର ପୌରାଧ୍ୟକ୍ଷ ନିର୍ବାଚିତ ହୋଇଥିଲେ । ୧୯୮୫ ମସିହାରେ ମହେଶ୍ବର ମହାନ୍ତି ପୁରୀ ପୌର ନିର୍ବାଚନରେ ଭାଗ ନେଇ ରାଜନୈତିକ କ୍ୟାରିୟରରେ ପ୍ରଥମ ସଫଳତା ହାସଲ କରିଥିଲେ। ୧୯୮୫ରୁ ୧୯୯୦ ପର୍ୟ୍ୟନ୍ତ ସେ ପୁରୀର ପୌରାଧ୍ୟକ୍ଷ ଥିଲେ। ଏହାପରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ପୌରାଧ୍ୟକ୍ଷ ପଦ ପାଇଁ ୧୯୯୨ ମସିହାରେ ହୋଇଥିବା ସିଧାସଳଖ ନିର୍ବାଚନରେ ସେ ଜନତା ଦଳ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ସେ ସମୟରେ ସ୍ୱର୍ଗତ ମହେଶ୍ୱର ମହାନ୍ତି ପ୍ରାୟ ୧୮ହଜାର ଭୋଟ ପାଇଥିଲେ। ତେବେ ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି।


ସ୍ୱର୍ଗତ ମହେଶ୍ୱର ମହାନ୍ତି ୧୯୫୬ ମସିହା ଫେବ୍ରୁଆରି ୨୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ଏମଏ ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏଲଏଲବି ଅଧ୍ୟୟନ କରିଥିଲେ। ପେସାରେ ଆଇନଜୀବୀ ଥିଲେ ମହେଶ୍ୱର। ଏହାପରେ ସେ ରାଜନୀତିରେ ପ୍ରବେଶ କରିଥିଲେ। ଜଣେ ଆଗ ଧାଡିର ରାଜନେତା ଭାବେ ସେ ପରିଗଣିତ ହେଉଥିଲେ। ବର୍ତ୍ତମାନ ପୁରୀ ଜିଲ୍ଲା ସଭାପତି ଦାୟିତ୍ୱରେ ଥିଲେ । ତେବେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ବିୟୋଗରେ ଶପଥ ନ୍ୟୁଜ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଉଛୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login