ପୁରୀ : ପୁରୀକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଓଡିଶା ପୋଲିସର ଜରୁରୀ ସୂଚନା । ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଏକ୍ସ ଜରିଆରେ ସୂଚନା । ଦୁଇ ଘଣ୍ଟା କିମ୍ବା ଉଦ୍ଧ୍ୱର୍ ସମୟ ଅପେକ୍ଷା କରିବାକୁ ପଡିପାରେ ଜଣାଇଲା । ପୁରୀକୁ ଆସିବାକୁ ଯୋଜନା କରୁଥିବା ଭକ୍ତ ଦୟାକରି ଧ୍ୟାନ ଦିଅନ୍ତୁ । ଦୟାକରି ଏହାକୁ ଧ୍ୟାନରେ ରଖି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସନ୍ତୁ ।
ସୂଚନା ଅନୁସାରେ ଶରଧାବାଲିରେ ୩ ରଥ ଲାଗିବା ପରେ ଠାକୁରଙ୍କୁ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲେ । ରାତି ସମୟରେ ଭିଡ଼ ବଢ଼ି ଚାଲିଥିଲା । ତେବେ ରାତି ପ୍ରାୟ ୧୨ଟା ୧୫ ବେଳକୁ ଠାକୁରଙ୍କ ପହୁଡ଼ ପଡ଼ିଯାଇଥିଲା, ଯାହା ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଶୀଘ୍ର ହୋଇଥିଲା । ତେବେ ଆଜି ଭୋର ୪ ସମୟରେ ଦର୍ଶନ ପାଇଁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ଜନସମାଗମ ଯୋଗୁଁ ଦଳାଚକଟା ହୋଇଛି । ରଥ ସମ୍ମୁଖରେ ଅଘଟଣ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି ।
Views: 9