ଦଶପଲ୍ଲା :ରଥ ଯାତ୍ରା ପାଇଁ ପ୍ରଥମ ପର୍ଯ୍ୟାୟ ରଥକାଠ ବାହାରିଲା । ମହାବୀର ମନ୍ଦିରରେ ପୂଜାର୍ଚ୍ଚନା ପରେ ବାହାରିଲା ରଥକାଠ । ୩ଟି ଟ୍ରକ ଯୋଗେ ଶ୍ରୀମନ୍ଦିରକୁ ଆସୁଛି ୧୦୨ ଖଣ୍ଡ ରଥକାଠ । ୫୦ ଖଣ୍ଡ ଅସନ ଓ ଧଉରା କାଠ ୫୨ ରହିଛି । ବିଶ୍ୱ ପ୍ରସିଦ୍ଧତ୍ଥ ଯାତ୍ରା ପାଇଁ ଗତ ଜାନୁଆରୀ ୨ ତାରିଖରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଚଳିତ ବର୍ଷ ୩ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଦରକାର ଥିବା ବେଳେ ପୂର୍ବବର୍ଷରୁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ୫୩ ଖଣ୍ଡ କାଠ ବଳକା ରହିଛି । ତେଣୁ ଚଳିତ ବର୍ଷ ଆଉ ୮୧୨ ଖଣ୍ଡ କାଠର ଆବଶ୍ୟକତା ରହିଛି ।
Views: 63