The Ultimate Managed Hosting Platform
ADVERTISEMENT

ପୁରୀ ଅଘଟଣକୁ ନେଇ ନବୀନଙ୍କ ସମବେଦନା, କହିଲେ ପ୍ରଶାସନ ସମ୍ପୁର୍ଣ୍ଣ ଦାୟୀ

Facebook
Twitter
LinkedIn

ପୁରୀ : ପୁରୀ ଅଘଟଣ ନେଇ ସମବେଦନା ଜଣାଇଲେ ନବୀନ ପଟ୍ଟନାୟକ । ମୃତ ୩ ଭକ୍ତଙ୍କ ପରିବାର ପ୍ରତି ଏକ୍ସରେ ସମବେଦନା ଜଣାଇଲେ । ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆରୋଗ୍ୟ କାମନା କଲେ । ଭିଡକୁ ପରିଚାଳନା କରିବା ପାଇଁ କୈାଣସି ସରକାରୀ ବ୍ୟବସ୍ଥା ନ ଥିଲା । ନନ୍ଦିଘୋଷ ଟାଣିବାରେ ବିଳମ୍ବକୁ ମହାପ୍ରଭୁଙ୍କ ଇଚ୍ଛା କହିବା ଆଶ୍ଚର୍ଯ୍ୟଜନକ । ବାହାନା କରିବା ଆଶ୍ଚ ର୍ଯ୍ୟଜନକ, ଏଥିପାଇଁ ପ୍ରଶାସନର ସମ୍ପୁର୍ଣ୍ଣ ଦାୟୀ । ଆଡପ ବିଜେ, ବାହୁଡା , ସୁନାବେଶ ପାଇଁ ସଂଶୋଧନ ମୂଳକ ପଦକ୍ଷେପ ନିଅନ୍ତୁ । କିନ୍ତୁ ସେମାନଙ୍କ ଚରମ ଉଦାସୀନତା ଯୋଗୁଁ ନିଃସନ୍ଦେହରେ ଆଜିର ଘଟଣା ଘଟିଲା ବୋଲି ନବୀନ ଲେଖିଛନ୍ତି । ଆଗକୁ ଆଡ଼ପ ବିଜେ, ବାହୁଡା, ସୁନାବେଶ ଏବଂ ଅନ୍ୟାନ୍ୟ ପ୍ରମୁଖ ନୀତିକାନ୍ତି ରହିଛି । ତାହାକୁ ସୁରୁଖୁରୁରେ କରିବାକୁ ସରକାର ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନବୀନ ଅପିଲ କହିଛନ୍ତି । ଆଜି ଶରଧାବାଲିରେ ଘଟିଥିବା ଦୁଃଖଦ ଦଳାଚକଟାରେ ମୃତ ତିନି ଭକ୍ତଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆହତ ଭକ୍ତଙ୍କ ଆରୋଗ୍ୟ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login