ଭୁବନେଶ୍ୱର : ଚଳିତ ମାସରେ ପୁନର୍ଗଠନ ହେବ ସ୍ୱୟଂ ସହାୟକ ଗୋଷ୍ଠୀ । ଜିପିଏଲଏଫ, ସିପିଏଲ, ବିଏଲଏଫଙ୍କୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ଦିଆଯିବ । ଏ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ପୂର୍ବ ସରକାରରେ ବହୁ ମହିଳା ଏସଏଚିଜିରୁ ବଞ୍ଚିତ ହୋଇଛନ୍ତି । ଏବେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ସବୁ ଘରକୁ ଯୋଡିବାକୁ ଆରମ୍ଭ କରିଛନ୍ତି । ପୂର୍ବରୁ ରାଜନୈତିକ ଉଦେ୍ଦଶ୍ୟ ରଖି ଲୋକଙ୍କୁ ଗ୍ରୁପ ସହ ଯୋଡିଥିଲେ । ଏବେ ସମସ୍ତଙ୍କୁ ଜିପିଏଲ ନିର୍ବାଚନରେ ଭାଗ ନେବାକୁ ସୁଯୋଗ ମିଳିବ । ପୂର୍ବରୁ ଯେଉଁ ମାନେ ସଭାପତି ଓ ସମ୍ପାଦକ ଅଛନ୍ତି ବାହାର କରି ନୂଆ ହେବେ । ତୃଣମୂଳ ସ୍ତରରେ ନେତୃତ୍ୱ ସୃଷ୍ଟି କରିବାକୁ ଚେଷ୍ଟା ହେବ । ଏହା ପର ମାସରେ ଜିପିଏଲଫ ଓ ସିଏଲଫ, ବିଏଲଏଫଙ୍କୁ ଜିଲ୍ଲା ସ୍ତର ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ଦିଆଯିବ। ଯେଉଁମାନେ ୨ ଥର୪ ବର୍ଷରୁ ଅଧିକ ରହି ସାରିଛନ୍ତି । ସେମାନେ ଆଉ ରହି ପାରିବେନି। ପୂର୍ବ ସରକାର ସେମାନଙ୍କ ଭୋଟ ପାଇଁ ରାଜନୈତିକ ଉଦେଶ୍ୟ ରଖି ତିଆରି କରାଯାଇଥିଲା । ସେଥିପାଇଁ ରାଜ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ରେଜିଷ୍ଟ୍ରେସନ ନାହିଁ । ବିନା ରେଜିଷ୍ଟ୍ରେସନରେ କୋଟି କୋଟି ଟଙ୍କା ଦିଆଯାଇଛି । ରେଜିଷ୍ଟ୍ରେସନ ନ ଥିବାରୁ ଅଡ଼ିଟ ନାହିଁ । କିନ୍ତୁ ଏବେ ମହିଳାଙ୍କ ବିକାଶ ପାଇଁ କାମ କରିବେ ନୂଆ ସରକାର। ପାତର ଅନ୍ତର ହେବ ନାହିଁ ।
ପୁନର୍ଗଠନ ହେବ ଏସଏଚଜି ; ଜିପିଏଲଏଫ, ସିପିଏଲ, ବିଏଲଏଫଙ୍କୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି : ପ୍ରଭାତୀ ପରିଡା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











