ଭୁବନେଶ୍ୱର : ପୁଣି ହାତକୁ ଦି ହାତ ହେବେ ଅନୁଭବ। ଓଲିଉଡ ସୁପରଷ୍ଟାର ତଥା ପୂର୍ବତନ ଲୋକସଭା ସାଂସଦ ତଥା ବିଜେପି ନେତା ଅନୁଭବ ମହାନ୍ତି ଖୁବଶୀଘ୍ର ହାତକୁ ଦୁଇ ହାତ ହେବେ । ଜାଗୃତି ଶୁକ୍ଲାଙ୍କ ହାତ ଧରିବେ ଅନୁଭବ । ଅନୁଭବ ଓ ଜାଗୃତିଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆଜି ଭୁବନେଶ୍ବରର ଏକ ତାରକା ହୋଟେଲରେ ଉଭୟଙ୍କ ନିର୍ବନ୍ଧ ହେବ ବୋଲି ମଧ୍ୟ କୁହାଯାଉଛି । ୧୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ ଦୁଇ ଲଭ୍ ବାର୍ଡ । ଏ ସମ୍ପର୍କରେ ଅନୁଭବ କିମ୍ବା ଜାଗୃତି ସୋସିଆଲ ମିଡିଆରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ଦୀର୍ଘ ଦିନ ହେଲା ଯାହା ଚର୍ଚ୍ଚା ହେଉଥିଲା ତାହା ଏବେ ସତ ହେବାକୁ ଯାଉଥିବା କୁହାଯାଉଛି।
Views: 67