ଭୁବନେଶ୍ୱର : କିଛି ଦିନର ବ୍ୟବଧାନରେ ମୁହଁ ଖୋଲିଲେ ସୈାମ୍ୟ ପଟ୍ଟନାୟକ । ଜଗତସିଂହପୁର ଏରସମା ଶିଆଳି ବାଲିଯାତ୍ରାରେ ସୈାମ୍ୟଙ୍କ ମନ୍ତବ୍ୟ । ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ଯୁକ୍ତି ବାଢି ସୈାମ୍ୟଙ୍କ ପ୍ରତିକ୍ରିୟା । ସତ କହେ ବୋଲି ସରକାର ମୋ ଉଫରେ ସନ୍ତୁଷ୍ଟ ନୁହଁନ୍ତି କହିଲେ ସୈାମ୍ୟ । ସତ କଥା ହେଉଛି , ଯୁବକ ମାନଙ୍କୁ ନେତୃତ୍ୱର ସୁଯୋଗ ନ ଦେବା । ଛାତ୍ର ସଂସଦ ନିର୍ବାଚନ ନେତୃତ୍ୱ ଦେବାକୁ ସୁଯୋଗ ଦିଏ । ଯିଏ ବରଯାତ୍ରୀ ଯାଇନି, ସେ ବାହାଘର ମଜା କେମିତି ପାଇବ । ଆଶା, ସରକାର ଖୁବଶୀଘ୍ର ଛତ୍ର ସଂସଦ ନିର୍ବାଚନ କଥା ଚିନ୍ତା କରିବ । ଆଶା, ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟାକୁ ସରକାର ଫେରାଇ ଆଣିବ । ଯାହାଫଳରେ ଗଣତାନ୍ତ୍ରିକ ଅନୁଷ୍ଠାନ ତିଆରି ହେବ । ଜିନ୍ସ , ଧଳା ସାର୍ଟ ପିନ୍ଧିଲେ କିଏ ନେତା ହୁଅନ୍ତି ନାହିଁ । ନେତା ହେବା ପାଇଁ ଲୋକଙ୍କ ସହ ମିଶିବାକୁ ପଡିବ ।
Views: 107











