
ବିଜାପୁର : ପୁଣି ମାଓହିଂସା ଦେଖାଦେଇଛି ଛତିଶଗଡର ସୀମାନ୍ତ ବିଜାପୁର ଜିଲ୍ଲାରେ । କାତରୁ ଥାନା ଅନ୍ତର୍ଗତ ବରଗାପଡା ଗାଁ ନିକଟରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ କାର୍ଯ୍ୟରେ ନିୟୋଜିତ ଥିବା ଦୁଇଟି ଟିପ୍ପରକୁ ଜାଳିଦେଇଛନ୍ତି ମାଓବାଦୀ । ସୂଚନା ଅନୁଯାୟୀ ଶୁକ୍ରବାର ସକାଳେ ସେଠାରେ ୪୦ରୁ ୫୦ଜଣ ସଶସ୍ତ୍ର ମାଓବାଦୀ ପହଞ୍ଚି ଗାଡି ଦୁଇଟିରେ ନିଆଁ ଲଗାଇ ଦେଇଛନ୍ତି । ଏହା ସହ ରାସ୍ତା କାମକୁ ବନ୍ଦ କରିବା ଲାଗି ଧମକ ମଧ୍ୟ ଦେଇଛନ୍ତି । ଏ ନେଇ ଘଟଣା ସମ୍ପର୍କରେ ବିଜାପୁର ଏଏସ୍ପି ପଙ୍କଜ ଶୁକ୍ଲା ସୂଚନା ଦେଇଛନ୍ତି ।

Views: 257