ଭୁବନେଶ୍ୱର : ପୁଣି ଜଣେ ମହିଳାଙ୍କୁ ଘୋଷାଡି ମାରିଲା ମୋ ବସ । ତମାଣ୍ଡୋ ଥାନା ଓଭର ବ୍ରିଜ ତଳେ ମର୍ମନ୍ତୁଦ ଦୁର୍ଘଟଣା । ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କ ଭଙ୍ଗାରୁଜା ହୋଇଥିବା ବେଳେ ଡ୍ରାଇଭର ଗିରଫ ହୋଇଛି । ମହିଳାଙ୍କୁ ଧକ୍କା ଦେଇ ଶହେ ମିଟର ଯାଏଁ ଘୋଷାଡି ନେଲା ମୋ ବସ । ସୂଚନା ଅନୁସାରେ ମୋ ବସ୍ ଭୁବନେଶ୍ୱର ଟାଉନରୁ କଳିଙ୍ଗ ନଗର ଡିପୋ ଆଡକୁ ଯାଉଥିଲା । ଏହି ସମୟରେ ନାଇଟ୍ କୋଚ୍କୁ କିଛି ଲୋକ ଅପେକ୍ଷାରତ ଥିଲେ । ତାଙ୍କୁ ସ୍କୁଟିରେ ଛାଡିବାକୁ ଆସିଥିବା ୪ ଜଣ ଲୋକ ସର୍ଭିସ ରୋଡ଼୍ ଦେଇ ଫେରୁଥିଲେ । ସେହି ସମୟରେ ଏନଏଚ ତଳକୁ ଖସୁଥିବା ମୋ ବସ୍ ପ୍ରଥମେ ଗୋଟିଏ ସ୍କୁଟିକୁ ଧକ୍କା ଦେବା ପରେ ପୁଣି ଅନ୍ୟ ଏକ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ତମାଣ୍ଡୋ ଥାନା ଡି.ଏନ. ରେଙ୍ଗାଲିଆ ଓଭରବ୍ରିଜ ତଳେ ଜଣେ ମହିଳାଙ୍କୁ ଧକ୍କା ଦେଇ ୧୦୦ ମିଟର ଘୋଷାଡ଼ି ନେଇଥିଲା ମୋ ବସ୍ । ଏଥିରେ ଘଟଣା ସ୍ଥଳରେ ହିଁ ମହିଳାଙ୍କ ପ୍ରାଣ ଚାଲି ଯାଇଥିଲା । ମୋ ବସ୍ ବାରମ୍ବାର ମୃତ୍ୟୁର ଦୂତ ସାଜିବା ପରେ ଟ୍ୱିନ୍ସିଟିର ପ୍ରକାଶ ପାଇଛି ଉଦ୍ବେଗ ।
ପୁଣି ମହିଳାଙ୍କୁ ଘୋଷାଡି ମାରିଲା ମୋ ବସ !

Facebook
Twitter
LinkedIn
Facebook
Twitter
LinkedIn
Recent News
ପୁଣି ବିଶ୍ୱର ୧ ନଂ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ୧ ନଂ ଲୋକପ୍ରିୟ ନେତା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକୀୟ ବ୍ୟବସାୟିକ ଗୁଇନ୍ଦା କମ୍ପାନୀ ମର୍ଣ୍ଣିଂ କନସଲ୍ଟ ଜୁଲାଇ...
ଭୁଲ ଇଞ୍ଜେକସନ ଯୋଗୁଁ ଚାଲିଗଲା ରୋଗୀଙ୍କ ଜୀବନ
କଣ୍ଟାବାଞ୍ଜି : ଭୁଲ ଇଞ୍ଜେକସନ ଯୋଗୁଁ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ତୁରେକେଲା ଥାନା ମହୁଲପାଟି ଗାଁରେ ଅଭାବନୀୟ ଘଟଣା । ଗୋଡ ହାତରେ...
ବାଡି ପୋଖରୀରୁ ୬ ଫୁଟର କୁମ୍ଭୀର ଉଦ୍ଧାର
ପଟ୍ଟାମୁଣ୍ଡାଇ : ବାଡି ପୋଖରୀରୁ ୬ ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର । ରାଜନଗର ବ୍ଲକ ୟେଣ୍ଡୁଳିପୁର ଗାଁ ପୋଖରୀରୁ କୁମ୍ଭୀର ଉଦ୍ଧାର । ଉଦ୍ଧାର ମାଇ...
ପୁଣି ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଶିକ୍ଷକ ଅଟକ
ପଟ୍ଟାମୁଣ୍ଡାଇ : ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ । ରାଜନଗର ବ୍ଲକର ଏକ ସ୍କୁଲରେ ଅସଦାଚରଣ ଅଭିଯୋଗ । ଅଭିଯୁକ୍ତ ଶିକ୍ଷକଙ୍କୁ ଉଠାଇ ନେଲା ରାଜନଗର ପୋଲିସ...